Sunday, November 15, 2026
Home ଅପରାଧ ପୁଣି ଓଡିଶା ସୀମାରେ ପଶ୍ଚିମବଙ୍ଗର ବେଆଇନ ନିର୍ମାଣ

ପୁଣି ଓଡିଶା ସୀମାରେ ପଶ୍ଚିମବଙ୍ଗର ବେଆଇନ ନିର୍ମାଣ

6

ବାଲେଶ୍ୱର,୨୧/୦୯/୨୧(ଜିଲ୍ଲା ଖବର) : କୋରାପୁଟ, ଗଜପତି ପରେ ବାଲେଶ୍ୱରରେ ସୀମା ବିବାଦ । ପୁଣି ଓଡିଶା ସୀମାରେ ପଶ୍ଚିମବଙ୍ଗର ବେଆଇନ ନିର୍ମାଣ । ରାଜ୍ୟର ଅନ୍ୟତମ ବେଳାଭୂମି ଉଦୟପୁର ବେଳାଭୂମି ଉପରେ ଲୋଲୁପ ଦୃଷ୍ଟି ପକାଇଛି ପଶ୍ଚିମବଙ୍ଗ । ଦ୍ଵିତୀୟ ଥର ପାଇଁ ବେଳାଭୂମିରେ ବେଆଇନ ନିର୍ମାଣ କରୁଛି ।

ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେବାପରେ ଭୋଗରାଇ ତହସିଲଦାର ଓ ପୋଲିସ ପ୍ରଶାସନ ପହଞ୍ଚି କାର୍ଯ୍ୟକୁ ବନ୍ଦ କରିଛନ୍ତି । ଗାର୍ଡ ୱାଲ ନିର୍ମାଣ ହେଉଥିବା ସ୍ଥାନରେ ପୂର୍ବରୁ ୧୪୪ ଧାରା ବଳବତ୍ତର ଥିଲେ ମଧ୍ୟ ପଶ୍ଚିମବଙ୍ଗ ଆଜି ସକାଳୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେବା ପରେ  ପ୍ରଶାସନ ପହଁଚି କାମକୁ ବନ୍ଦ କରିଛି । ସେପଟେ କୋରାପୁଟ ସୀମାରେ ହାତ ଟେକିଦେଲେ ସରକାର। ଜିଲ୍ଲା ପ୍ରଶାସନ ଇସ୍ତାହାର ଏବେ ଖୋଲି ଦେଇଛି ରାଜ୍ୟ ସରକାରଙ୍କ ସୀମା ସୁରକ୍ଷାର ଗୁମର ।