Monday, November 16, 2026
Home ଆଞ୍ଚଳିକ ଅଧଘଣ୍ଟା ଖରାପ ହେଲା ଆମ୍ବୁଲାନ୍ସ, ଚାଲିଗଲା ରୋଗୀର ଜୀବନ

ଅଧଘଣ୍ଟା ଖରାପ ହେଲା ଆମ୍ବୁଲାନ୍ସ, ଚାଲିଗଲା ରୋଗୀର ଜୀବନ

10

ସମ୍ବଲପୁର, ୨୧/୦୯/୨୧(ଜିଲ୍ଲା ଖବର) :  ରାସ୍ତାରେ ଅଚଳ ହୋଇପଡିଲା ଆମ୍ବୁଲାନ୍ସ । ଚାଲିଗଲା ରୋଗୀଙ୍କ ଜୀବନ । ଆମ୍ବୁଲାନ୍ସ ଭିତରେ ଝିଅ ସମ୍ମୁଖରେ ଚାଲିଗଲା ମା’ର ଜୀବନ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ରେମେଡ଼ ଛକ ନିକଟ ଲେବଲ କ୍ରସିଂଠାରେ ।

ଏକ ଆମ୍ବୁଲାନ୍ସ ଜଣେ ରୋଗୀଙ୍କୁ ଝାରସୁଗୁଡାରୁ ବୁର୍ଲା ଡାକ୍ତରଖାନାକୁ ନେଇ ଯାଉଥିବାବେଳେ ଲେବଲ୍ କ୍ରସିଂ ଠାରେ ହଠାତ୍‌ ଖରାପ ହୋଇପଡିଥିଲା । ଦୀର୍ଘ ଅଧ ଘଣ୍ଟା ଧରି ରୋଗୀ ଅଚଳ ଆମ୍ବୁଲାନ୍ସ ଭିତରେ ଜୀବନ ସହ ଲଢେଇ କରିଥିଲେ । ଅଧଘଣ୍ଟା ପରେ ଅନ୍ୟ ଏକ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି ।