ଟଙ୍କା ପାଇଁ କଙ୍ଗାରୁ କୋର୍ଟ , ମାନବିକତା ଭୁଲିଗଲେ ଲୋକେ

7

କେନ୍ଦ୍ରପଡା,୨୧/୦୯/୨୧(ଜିଲ୍ଲା ଖବର) : ଟଙ୍କା ପାଇଁ କଙ୍ଗାରୁ କୋର୍ଟ । ଧାର ଟଙ୍କା ଫେରସ୍ତ କରିନପାରିବାରୁ ମହିଳାଙ୍କ ଚୁଟି କାଟିଲେ, ମୁହଁର ବୋଳିଲେ କାଳି । ଏ କେଉଁ ଦୁର୍ଗମ ପାହାଡିଆ ଆଦିବାସୀ ଅଞ୍ଚଳ ନୁହେଁ ବରଂ ଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର । ଘଟଣାଟି ହେଉଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବେଲତଳ ହାଡିସାହି ଅଞ୍ଚଳର ଦୃଶ୍ୟ । ଜଣେ ମହିଳା କିଛି ଲୋକଙ୍କ ଠାରୁ ଟଙ୍କା ଉଦ୍ଧାର ନେଇଥିଲେ । ତେବେ ପରବର୍ତୀ ସମୟରେ ମହିଳା ଜଣଙ୍କ ଟଙ୍କା ଦେଇ ନପାରିବାରୁ ତାଙ୍କର ଏପରି ଅବସ୍ଥା କରୁଛନ୍ତି ଉଦ୍ଧାର ଦେଇଥିବା ଲୋକେ ।

ଟଙ୍କା ନେଇଥିବା ମହିଳା ଜଣଙ୍କ ଯେପରି ସବୁ ଜୁଲମ ସହି ଯାଉଛନ୍ତି । ଏଭଳି ଘଟଣା ଆମ ସଭ୍ୟ ସମାଜ ପାଇଁ ନିନ୍ଦନୀୟ ନୁହେଁ କି ? ନିଜର ଅସହାୟର କାହାଣୀ କହୁଥିଲେ ବି ଯେପରି ସବୁ କିଛି ଭୁଲି ଯାଇଛନ୍ତି ଏହି ମହିଳା ମାନେ । ଏ ଦୃଶ୍ୟକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଟଙ୍କା ବି କୌଣସି ବଡ଼ ଧରଣର ବା ମୋଟା ଅଙ୍କର ନୁହେଁ । ସମାନ୍ୟ କିଛି ଟଙ୍କା ପାଇଁ ଏଭଳି ଅବସ୍ଥାର ଶିକାର ହୋଇଛନ୍ତି ଏହି ମହିଳା । ଏହା କେତେ ଦୂର ଠିକ ଏବଂ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି କି ନାଇଁ ?