Friday, November 13, 2026
Home ଆଞ୍ଚଳିକ ହୀରାକୁଦ ଜଳଭଣ୍ଡାରରେ ମୋଟ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ହୀରାକୁଦ ଜଳଭଣ୍ଡାରରେ ମୋଟ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

8

୨୧/୦୯/୨୧(ଜିଲ୍ଲା ଖବର) :  ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ । ଧିରେ ଧିରେ ଜଳଭଣ୍ଡାରର ଜଳସ୍ତର ବଢ଼ୁଛି। ଯାହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରର ଗୋଟିଏ ପରେ ଗୋଟିଏ ଗେଟ ଖୋଲାଯାଉଛି। ବର୍ତ୍ତମାନ ମୋଟ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ କାର୍ଯ୍ୟ ଜାରୀ ରହିଛି ।

ତେବେ ଜଳଭଣ୍ଡାର ଇନଫ୍ଲୋ ବଢିବା ସହ ଜଳସ୍ତର ବଢିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୯.୫୮ ଫୁଟ । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି ୧ଲକ୍ଷ ୮୬ହଜାର ୨୭୯ କ୍ୟୁସେକ ଜଳ । ସେହିଭଳି ପ୍ରତି ସେକେଣ୍ଡରେ ୨ଲକ୍ଷ ୧୬ହଜାର ୭୯୪ କ୍ୟୁସେକ ଜଳ ଛଡାଯାଉଛି । ଗତକାଲି ୩ଟି ଗେଟ୍ ଖୋଲାଯାଇଥିଲା । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ନଦୀବନ୍ଧର ଜଳସ୍ତର ବଢିବାରେ ଲାଗିଛୁି । ଏବେ ୧୨ ଟି ଗେଟ୍ ଖୋଲଯାଇ ବନ୍ୟା ପାଣି ନିଷ୍କାସନ ପ୍ରକ୍ରିୟା ଜାରୀ ରହିଛି ।

ସୂଚନାନୁସାରେ,୨୬ତାରିଖଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।