Monday, October 12, 2026
Home ଆଞ୍ଚଳିକ ଭାଗବତ କଥାମୃତ ପାରାୟଣ ଓ ପ୍ରବଚନ ।

ଭାଗବତ କଥାମୃତ ପାରାୟଣ ଓ ପ୍ରବଚନ ।

45

ସାନଖେମୁଣ୍ଡି (ଜିଲ୍ଲା ଖବର) : ଦିବ୍ୟଜିବନ ସଂଘ ଚିଦାନନ୍ଦ ସତସଙ୍ଗ କେନ୍ଦ୍ର ପାଟପୁର ଶାଖାର ତୃତୀୟ ବାର୍ଷିକ ମହୋତ୍ସବ ପାଳନ ଅବସରରେ ମହାଲକ୍ଷ୍ମୀ ମନ୍ଦିର ପରିସରରେ ସପ୍ତାହବ୍ୟାପୀ ଶ୍ରୀମଦ୍ ଭାଗବତ କଥାମୃତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l ଚିଦାନନ୍ଦ କଲ୍ୟାଣ ମଣ୍ଡପ ପରିସରରେ ପ୍ରତ୍ୟହ ସକାଳୁ ପାରାୟଣ ସହ ସଂଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l ପ୍ରବଚିକା ଭାବେ ଭାଗବତ ରତ୍ନ ଭାରଥି ରଥ, ପ୍ରବଚକ୍ ପ୍ରକାଶ ରଥ,ପାରାୟଣ ବ୍ୟାସ ଗୋପାଳ ଚନ୍ଦ୍ର ସାବତ, ଦିବ୍ୟଜିବନ ସଂଘ ପ୍ରମୁଖ କୁଞ୍ଜବିହାରୀ ପାଢ଼ୀ,ପଣ୍ଡିତ ସୋମନାଥ ଦାସ୍, ପ୍ରମୁଖ ଯୋଗ ଦେଇଥିବା ବେଳେ ମନ୍ଦିର କମିଟି ସଭାପତି ଅଶୋକ ବେହେରା, ଶିକ୍ଷକ ରଘୁନାଥ ଦୋରା, ଚନ୍ଦ୍ର ଶେଖର ସାମନ୍ତରା ,ସତ୍ୟନାରାୟଣ ବେହେରା ପ୍ରମୁଖ ପରିଚାଳନା କରିଥିଲେ l

ରିପୋର୍ଟ୍- ପ୍ରଫୁଲ୍ଲ ସାବତ