
ନୂଆଦିଲ୍ଲୀ, ୨୧/୦୯/୨୧(ଜିଲ୍ଲା ଖବର) : ବଲିଉଡର ଜଣାଶୁଣା ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ Bappi Lahiriଙ୍କୁ ନେଇ ସୋସିଆଲ ମିଡିଆରେ ମିଛ ପ୍ରଚାର କରାଯାଉଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସେ । ଏହା ସହିତ, ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କଥା କହିଛନ୍ତି Bappi Lahiri।
ସେ ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ‘କିଛି ଗଣମାଧ୍ୟମରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ମିଛ ରିପୋର୍ଟ ପ୍ରକାଶ କରାଯାଇଥିବା ଖବର ପାଇଛନ୍ତି । ତାଙ୍କୁ ନେଇ ହେଉଥିବା ମିଛ ପ୍ରଚାରକୁ ନେଇ ସେ ଦୁଃଖିତ ଅଛନ୍ତି । ତାଙ୍କ ଫ୍ୟାନ୍ସ ଓ ତାଙ୍କ ଶୁଭଚିନ୍ତକଙ୍କ ଆର୍ଶିବାଦରୁ ସେ ଭଲ ଅଛନ୍ତି ବୋଲି ଲେଖିଛନ୍ତି ।
ସୂଚନାଯୋଗ୍ୟ : ସିଙ୍ଗର Bappi Lahiriଙ୍କର ଗଳା ଖରାପ ହୋଇ ଯାଇଥିବା ନେଇ ଗତ କିଛିଦିନ ଧରି ସୋସିଆଲ ମିଡିଆରେ ଏକ ମିଛ ଖବର ପ୍ରଚାର ହେଉଥିଲା । ଏହା ସହିତ ସେ ଆଉ କେବେବି ଗୀତ ଗାଇ ପାରିବେ ନାହିଁ ବୋଲି କୁହାଯାଉଥିଲା । ହେଲେ ଏବେ ଏହି ମିଛ ଖବର ପ୍ରଚାରକୁ ନେଇ ମୁହଁ ଖୋଲିଛନ୍ତି Bappi Lahiri। ଏବଂ ଏଥିରେ ସତ୍ୟତା ନାହିଁ , ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କଥା ସେ କହିଛନ୍ତି ।


