
ନୂଆଦିଲ୍ଲୀ,୨୧/୦୯/୨୧(ଜିଲ୍ଲା ଖବର) : ଦକ୍ଷୀଣ ଭାରତୀୟ ସିନେମାର ଜଣାଶୁଣା ଡାଇରେକ୍ଟର ଏଟଲି କୁମାରଙ୍କ ଆଜି ଜନ୍ମଦିନ । ୨୧ ସେପ୍ଟେମ୍ବର ୧୯୮୬ରେ ମଦୁରାଇରେ ଜନ୍ମିତ ଏଟଲି , ୨୦୧୩ରେ ଫିଲ୍ମ’ରାଜା ରାଣୀ’ ମାଧ୍ୟମରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ଡେବ୍ୟୁ କରିବା ସଙ୍ଗେସେଙ୍ଗ ହିଁ ସେ ଧମାଲ ମଚାଇଥିଲେ ।
ଫିଲ୍ମ’ରାଜା ରାଣୀ’ ପାଇଁ ତାଙ୍କୁ ବେଷ୍ଟ ଡେବ୍ୟୁ ଡାଇରେକ୍ଟର ପାଇଁ ବିଜୟ ଆଓ୍ବାର୍ଡ ମଧ୍ୟ ମିଳି ସାରିଛି । ଏତେ କମ୍ ବୟସରେ ଏଟଲି ତାଙ୍କ ପ୍ରତିଭା ବଳରେ, ନିଜର ପରିଚୟ ସୃଷ୍ଟି କରିଛନ୍ତି । ଏବଂ ତାଙ୍କ ନିର୍ଦ୍ଦେଶିତ ସିନେମାକୁ ଦର୍ଶକ ମଧ୍ୟ ମଧ୍ୟ ବେଶ ପସନ୍ଦ କରନ୍ତି ।
୨୦୧୪ରେ ଅଭିନେତ୍ରୀ Krishna Priyaଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏଟଲି କୁମାର । ୮ ବର୍ଷ ପାଖାପାଖି ଦୁହେଁ ଦୁହିଁଙ୍କୁ ଡେଟ କରିବା ପରେ, ବିବାହ କରିବାକୁ ନିଷ୍ପତି ନେଇଥିଲେ । ତାଙ୍କ ପତ୍ନୀ ହେଉଛନ୍ତି ଜଣେ ଟେଲି ଅଭିନେତ୍ରୀ , ଯିଏକି ଅନେକ ଧାରାବାହିକରେ କାମ କରିଛନ୍ତି । ତେବେ ଆଜି ଏଟଲିଙ୍କ ଜନ୍ମଦିନରେ ତାଙ୍କୁ ଅନେକ ଅନେକ ଶୁଭକାମନା ।


