Home ଅପରାଧ ଆୟ ବର୍ହିଃଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ, ଏକକାଳିନ ୩ଟି ସ୍ଥାନରେ ଚଢ଼ାଉ

ଆୟ ବର୍ହିଃଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ, ଏକକାଳିନ ୩ଟି ସ୍ଥାନରେ ଚଢ଼ାଉ

4

କେନ୍ଦୁଝର,୨୧/୦୯/୨୧(ଜିଲ୍ଲା ଖବର) : ଭିଜିଲାନ୍ସ ଜାଲରେ ବିଦ୍ୟୁତ ବାବୁ । ଆୟ ବର୍ହିଭୂତ ଅଭିଯୋଗରେ, ଟପିଏନଓଡିଏଲ ମିଟର ରିଡିଙ୍ଗର ଡେପୁଟି ମ୍ୟାନେଜର ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ । କେନ୍ଦୁଝର କାଶୀପୁର ସ୍ପଞ୍ଜ କଲୋନୀ ବାସଭବନ, ରିମୂଳି ସ୍ଥିତ ଶଶୂର ଘର ଓ ଘଟଗାଁ ବ୍ଲକ ସ୍ଥିତ ମୁକୁନ୍ଦପୁର ପାଟଣାର ପୈତୃକ ବାସଭବନରେ ହୋଇଛି ଚଢ଼ାଉ ।

ବାଲେଶ୍ୱର ଡିଭିଜନ ଭିଜିଲାନ୍ସ ପି କିଷାନଙ୍କ ନେତୃତ୍ୱରେ ଏହି ଏକକାଳୀନ ଚଢ଼ାଉ ଜାରି ରହିଛି । ଏହି ତିନୋଟି ସ୍ଥାନ ଛଡା ଆଉ କେତୋଟି ସ୍ଥାନରେ ତାଙ୍କ ସମ୍ପତି ଅଛି? ଏନେଇ ଖୋଳତାଡ଼ କରୁଛି ଭିଜିଲାନ୍ସ ।