
୨୧/୦୯/୨୧(ଜିଲ୍ଲା ଖବର) : ଡାଲି ହେଉଛି ସ୍ୱାସ୍ଥ୍ୟ ପାଇଁ ଉପକାରୀ । ବିଭିନ୍ନ ପ୍ରକାରର ଡାଲି ରହିଛି । ତା ମଧ୍ୟରୁ ମୁଗ ଡାଲିର ସ୍ୱାସ୍ଥ୍ୟ ଉପକାରୀତା ବିଷୟରେ ଆସନ୍ତୁ ଜାଣିବା । ଏଥିରେ ମ୍ୟାଗ୍ନେସିୟମ, ପୋଟାସିୟମ, ଭିଟାମିନ୍ ଏ, ବି , ସି ଭଳି ଅନେକ ପୋଷକ ତତ୍ବ ଭରି ରହିଥାଏ ।
-ରକ୍ତଚାପକୁ ନିୟନ୍ତ୍ରଣ କରେ ମୁଗ ଡାଲି । ତେଣୁ ପ୍ରତିଦିନ ନିଜ ଡାଏଟରେ ମୁଗ ଡାଲି ସାମିଲ କରିବା ଉଚିତ୍ ।
-ମୁଗ ଡାଲିରେ ବିଭିନ୍ନ ପ୍ରକାରର ପୋଷକ ତତ୍ବ ଭରି ରହିଥାଏ । ଏହାକୁ ପ୍ରତିଦିନ ଖାଇବା ଦ୍ବାରା, ଏହା ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବଜବୁତ୍ କରିବାରେ ସାହାଯ୍ୟ କରେ ।
-ହାଡକୁ ମଜବୁତ୍ କରେ ମୁଗ ଡାଲି ।
-ପାଚନ ଜନିତ ସମସ୍ୟାକୁ ଦୂର କରିବାରେ ବେଶ ସହାୟକ ହୁଏ ମୁଗ ଡାଲି ।
– ମଧୁମେହକୁ ରୋକିବାରେ ସାହାଯ୍ୟ କରେ ମୁଗ ଡାଲି ।
-ସକାଳୁ ଖାଲି ପେଟରେ ଗଜା ମୁଗ ଖାଇବା ଦ୍ୱାରା ଶରୀରକୁ ଅଧିକ ଶକ୍ତି ମିଳିଥାଏ ।
-ଓଜନ କମ୍ କରାଏ ମୁଗ ଡାଲି ।


