Home ଆଞ୍ଚଳିକ ନବରଙ୍ଗପୁର ଡାକ୍ତରଖାନାରେ ହାଇଡ୍ରାମା: ଧାରଣାରେ ବସିଲେ ଡାକ୍ତର, ସିଡିଏମଓ ମାରିଲେ ମୁଣ୍ଡିଆ

ନବରଙ୍ଗପୁର ଡାକ୍ତରଖାନାରେ ହାଇଡ୍ରାମା: ଧାରଣାରେ ବସିଲେ ଡାକ୍ତର, ସିଡିଏମଓ ମାରିଲେ ମୁଣ୍ଡିଆ

3

ନବରଙ୍ଗପୁର, ୨୧/୦୯/୨୧(ଜିଲ୍ଲା ଖବର) :  ମୁଣ୍ଡିଆ ମାରୁଛି, ଯାହା ହେଇଛି ମିସଟେକ ହେଇଛି। ଏଭଳି କହି CDMO ଭୁଲ ମାଗୁଛନ୍ତି ଡାକ୍ତରଙ୍କୁ ।ନବରଙ୍ଗପୁର ମେଡିକାଲରେ ହାଇଡ୍ରାମା ଦେଖିବାକୁ ମିଳିଛି। CDMOଙ୍କ ଅଫିସ୍ ସାମ୍ନାରେ ଧାରଣାରେ ବସିଲେ ଡାକ୍ତର ସଚିକାନ୍ତ ଲେଙ୍କା ।  ଭୋ ଭୋ ହୋଇ କାନ୍ଦି କାନ୍ଦି ଧାରଣାରେ ବସିଲେ ଡାକ୍ତର । ଆଉ ଶେଷରେ ହାତଯୋଡି ମୁଣ୍ଡିଆ ମାରି କ୍ଷମା ମାଗିଲେ CDMO  ।

ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଡାକ୍ତରଖାନାରୁ । ସୂଚନା ଅନୁସାରେ KBK ଜିଲ୍ଲାରେ କାମ କରିବାକୁ ଅରାଜି ହେଲେ ଡାକ୍ତର । କହିଲେ ଆଜି ହିଁ ମୁଁ ଇସ୍ତଫା ଦେବି । ସରକାର KBK ଜିଲ୍ଲାର ଡାକ୍ତରମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଘୋଷଣା କରିଛନ୍ତି । କିନ୍ତୁ ଡାକ୍ତର କହୁଛନ୍ତି ଆକ୍ରୋଶମୂଳକ ଭାବରେ ଏ ନିଷ୍ପତ୍ତି ନିଆଯାଇଛି । ଏଭଳି ନିର୍ଯ୍ୟାତନା ଦିଆଗଲେ ନଗରଙ୍ଗପୁରରେ ଆଉ କେହି ଡାକ୍ତର ରହିବେନି  ।

ଡାକ୍ତର ସଚିକାନ୍ତ ଲେଙ୍କା ୨୦୧୬ ରୁ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି । ଗତ କିଛିଦିନ ତଳେ ନିଜର ମେଡିକାଲ ଅଧିକାରୀଙ୍କ ସହ କୌଣସି ଏକ କଥାକୁ ନେଇ ବିବାଦ ହୋଇଥିଲା । ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସଚିକାନ୍ତ ଲେଙ୍କା କିଛି ଅଭିଯୋଗ ଆଣି ସିଡିଏମଓ ଶୋଭାରାଣୀ ମିଶ୍ରଙ୍କୁ ନବରଙ୍ଗପୁର ସ୍ଥିତ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଥିଲେ । କିନ୍ତୁ ତାଙ୍କୁ ୫ ବର୍ଷ ହେଲା ଅନେକ ସୁବିଧାରୁ ତାଙ୍କୁ ବଞ୍ଚିତ କରାଯାଉଛି । ତାଙ୍କ କଥା କେହି ଶୁଣୁନାହାନ୍ତି କି ନିଜେ ସିଡିଏମଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି।

ଏଭଳି ଘଟଣା ପରେ ଡାକ୍ତର ଜଣକ ବାଧ୍ୟ ହୋଇ ସିଡିଏମଓ ଅଫିସ ଆଗରେ ଧାରଣାରେ ବସିଲେ।  ଖବରପାଇ ଜିଲ୍ଲା ବିଜେପି ଓ ମହିଳା ମୋର୍ଚ୍ଚା ସେଠାରେ ପହଞ୍ଚିଥିଲେ । ଡାକ୍ତରଙ୍କ ସପକ୍ଷରେ ନ୍ୟାୟ ପାଇଁ ଧାରଣାରେ ସାମିଲ ହୋଇଥିଲେ । ଶେଷରେ ଧାରଣା ସ୍ଥଳକୁ ପହଞ୍ଚିଥିଲେ ଅତିରିକ୍ତ ଜିଲ୍ଲାପାଳ ଓ ସିଡିଏମଓ ଶୋଭାରାଣୀ ମିଶ୍ର । ନିଜ ଭୁଲ ସ୍ୱୀକାର କରିବା ସହିତ ଡାକ୍ତରଙ୍କୁ ମୁଣ୍ଡିଆ ମାରିଥିଲେ ସିଡିଏମଓ । ଯାହାକୁ ନେଇ ଏବେ ପୂରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।