
ଶେରଗଡ଼,୨୦/୯(ଜିଲ୍ଲା ଖବର):
ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ କଂଗ୍ରେସ ଆଜି ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରିଥିବାବେଳେ,,,ପି ସି ସି ସମ୍ପାଦକ ଦାୟିତ୍ୱ ପାଇ ଥିବା ଶ୍ରୀ ଶମ୍ଭୁ ପାଣିଗ୍ରାହୀ ଆଜି ଶେରଗଡ଼ ବ୍ଲକ ଗ୍ରସ୍ତରେ ଆସି ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ,,ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଉପରେ ବର୍ଷିଥିଲେ | ଯାହା ଗତ ବାଇଶି ବର୍ଷରେ ବେକାରୀ ସମସ୍ୟା ଠୁ ଆରମ୍ଭ କରି ଦରଦାମ ବୃଦ୍ଧି ହୋଇଛି ତାକୁ ଭିତିକରି ଏବେଠୁ କଂଗ୍ରେସ କର୍ମୀ ମାନଂକୁ ଏକଜୁଟ ହୋଇ ଆଗାମୀ ପଂଚାୟତ ନିର୍ବାଚନ ରେ ଆମେ ଏକ ଟ୍ରେଲର ଦେଖାଇ 2024 ନିର୍ବାଚନ ରେ ଶକ୍ତି ପ୍ରଦର୍ଶନ କରିବାର ଦମ୍ଭୋକ୍ତି ପ୍ରକାଶ କରିଥିଲେ |ସମ୍ବର୍ଦ୍ଧନା ସଭାରେ ଶେରଗଡ଼ ବ୍ଲକ ସଭାପତି ଶ୍ରୀ କୁନା ବିଶୋଇ,, ହିଞ୍ଜିଳି ନଗର ସଭାପତି, ସୁନାରାମ ସାବତ, ହିଞ୍ଜିଳି ବ୍ଲକ ସଭାପତି ଶିବରାମ ପ୍ରଧାନଙ୍କ ସହ କଂଗ୍ରେସ ବହୁ କର୍ମୀ ଯୋଗଦେଇଥିଲେ |
ରିପୋର୍ଟ : ଅଖିଳ କୁମାର ପଟ୍ଟନାୟକ




