Monday, October 12, 2026
Home ଆଞ୍ଚଳିକ ନେହୁର୍ ଯୁବ କେନ୍ଦ୍ରର ବଉଳ ଘାଇରେ ସକାରାତ୍ମକ ଶିକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ….

ନେହୁର୍ ଯୁବ କେନ୍ଦ୍ରର ବଉଳ ଘାଇରେ ସକାରାତ୍ମକ ଶିକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ….

25

ସାନଖେମୁଣ୍ଡି (ଜିଲ୍ଲା ଖବର) : କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ,ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ନେହୂର୍ ଯୁବକେନ୍ଦ୍ର ଗଞ୍ଜାମ ଆନୁକୁଲ୍ୟରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଉଡ଼ିଆ ପଞ୍ଚାୟତ ବଉଳ
ଘାଇ ଗ୍ରାମ ସ୍ଥିତ ଶ୍ରୀ ଗୁରୁଜୀ ଯୁବ ସଂଘ ସହଯୋଗରେ ଯୁବଗୋଷ୍ଠୀ ଉଦ୍ଦେଶ୍ୟ ଏକ ସଚେତନତା ଶିବିର ଆୟୋଜିତ ହୋଇଅଛି l
ସ୍ଥାନୀୟ ଶ୍ରୀ ଗୁରୁଜୀ ଯୁବ ଗୋଷ୍ଠୀ କାର୍ଯ୍ୟାଳୟ ପରିସରରେ ଅଞ୍ଚଳ ଯୁବ ଗୋଷ୍ଠୀଙ୍କ ସମାରୋହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ। ଅତିଥି ଭାବେ ଶ୍ରୀ ଅରକ୍ଷିତ ମଲ୍ଲିକ ଯୋଗ ଦେଇ ନିଜ ଅଭିବ୍ୟକ୍ତିରେ ନାଗରିକ କର୍ତ୍ତବ୍ୟ ସମ୍ବନ୍ଧିତ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିବା ବେଳେ ମୁଖ୍ୟବକ୍ତା ଶ୍ରୀଯୁକ୍ତ ବିଶ୍ଵନାଥ ସେନାପତି ସକାରାତ୍ମକ ଶିକ୍ଷା,ସମ୍ମାନିତ ଅତିଥି ଶ୍ରୀ ସୁଧାଂଶୁ ସ୍ୱାଇଁ, ଏବଂ ଯୋଗଗୁରୁ ଟୁଙ୍ଗୁରୁ ସ୍ୱାଇଁ ଅଷ୍ଟାଙ୍ଗ ଯୋଗର ଉପକାରିତା ସଂପର୍କରେ ଅନୁଚିନ୍ତା, ଉପାଦେୟତା ବର୍ଣ୍ଣନା କରିଥିଲେ l କାର୍ଯ୍ୟକ୍ରମକୁ ପିଣ୍ଟୁ, ଭାସ୍କର, ଅମିନ, ଦୀପକ୍, ଏବଂ ସୋମନାଥ ସହଯୋଗ କରିଥିବା ସହିତ ସ୍ବେଚ୍ଛାସେବୀ କାହୁଁ ଚରଣ ଭୂୟାଁ ଧନ୍ୟବାଦ୍ ଅର୍ପଣ କରିଥିଲେ l

ରିପୋର୍ଟ୍- ପ୍ରଫୁଲ୍ଲ ସାବତ