Sunday, November 15, 2026
Home ଆଞ୍ଚଳିକ ଭାଗ୍ୟ ବତୀ ଗ୍ୟାସ୍ ଏଜେନ୍ସିର ମନ ମୁଖ୍ୟ କାର୍ଯ୍ୟ କଳାପ ଖାଉଟି ହନ୍ତସନ୍ତ

ଭାଗ୍ୟ ବତୀ ଗ୍ୟାସ୍ ଏଜେନ୍ସିର ମନ ମୁଖ୍ୟ କାର୍ଯ୍ୟ କଳାପ ଖାଉଟି ହନ୍ତସନ୍ତ

89

ବିଷମକଟକ,୨୦-୯-(ଜିଲ୍ଲା ଖବର):

ରାୟଗଡା ଜିଲ୍ଲା ମୁନିଗୁଡା ବ୍କକର ଭାଗ୍ୟ ବତୀ ଗ୍ୟାସ୍ ଏଜେନ୍ସି ଙ୍କ ମନମୁଖୀ କାର୍ଯ୍ୟ କଳାପ ଯୋଗୁଁ ସାଧାରଣ ଖାଉଟି ମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତିଖାଉଟି ମାନେ। ଏପରି ଘଟଣା ଦେଖିବାକୁ ମିଳିଛି ହାଟମୁନିଗୁଡା ଗ୍ରାମରେ। ସୂଚନା ଯୋଗ୍ୟ ଯେ , ଏଜେନ୍ସିର ଗ୍ୟାସ୍ ଯୋଗାଉଥିବା କର୍ମଚାରୀ ଜଣକ ମଙ୍ଗଳ ବାର ପରିବର୍ତ୍ତେ ତାର ଇଛା ମୁତାବକ ଦିନରେ ଆସୁଛି ଓ ଆସିବା ସମୟ ମଧ୍ୟ କେବେ ଆସୁଛି ୮ରେ ତ କେବେ ଆସୁଛି ୧୨ ଟାରେ ଓ କେବେ ଆସୁଛି ସଞ୍ଜ ୨ ଟାରେ ଆଉକେବେ ସୋମବାର ଦିନ ଆସୁଛି ତ ଆଉ କବେ ବୁଧବାର ଦିନ ଗ୍ୟାସ୍ ଯୋଗାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏବଂ ଯେଉଁ ବ୍ୟକ୍ତି ଗ୍ୟାସ୍ ବୁକିଙ୍ଗ୍ କରୁଛନ୍ତି ସେମାନଙ୍କ ଘର ଘରକୁ ଯାଇ ଗ୍ୟାସ୍ ଯୋଗାଇ ବାର ନିୟମ ରହିଥିବା ବେଳେ ସେହି ଖାଉଟି ଜଣକ କାମ ଧାମ ଛାଡି ଗ୍ୟାସ୍ କେବେ ଆସିବ କେତେବେଳେ ଆସିବ ବୋଲି ଅପେକ୍ଷା କରିଥାନ୍ତି । ହେଲେ ଏଥିରେ ଖାଉଟି ମାନେ ନାହିଁ ନ ଥିବା ଅସୁବିଧାରେ ସମୁଖୀନ ହେଉଛନ୍ତି। କାରଣ ଯେଉଁ ଖାଉଟି ଜଣକ ଗ୍ୟାସ୍ ବୁକିଙ୍ଗ୍ କରିଥାଆନ୍ତି ସେହି ବ୍ୟକ୍ତିଙ୍କୁ ଗ୍ୟାସ୍ ପାଇଁ ନିଜର କାମ ଛାଡି ଗୋଟିଏ ଦିନ ଅପେକ୍ଷା କରିବାକୁ ପଡୁଛି ଓ ଦେବା ସମୟରେ ଗ୍ରାହକ ଘରୁ ଟଙ୍କା ଓ ଖାଲି ଗ୍ୟାସ୍ ହାଣ୍ଡି ଧରି ଆସିଲା ବେଳକୁ ୫ ମିନିଟ୍ ମଧ୍ୟ ଅପେକ୍ଷା ନକରି ଗ୍ୟାସ୍ ନଦେଇ ଚାଲି ଯାଆନ୍ତି। ଏବଂ ଏଜେନ୍ସିର ୫ କିଲୋମିଟର ବ୍ୟବଧାନରେ ମାଗଣା ଯୋଗାଣ ସତ୍ତ୍ୱେ ନିଧାରିତ ମୂଲ୍ୟ ଠାରୁ ୨୦ଟଙ୍କା ଅଧିକ ଖାଉଟି ଠାରୁ ସୋଷଣ କରୁଥିବା ଦେଖି ବାକୁ ମିଳିଛି । ଏପରି ଘଟଣା କୁ ସ୍ଥାନୀୟରେ ଅସନ୍ତୋଷ ଦେଖାଦେଇଛି। ଏହି ସମ୍ପର୍କରେ ଆମେ ମୁନିଗୁଡା ଭାଗ୍ୟବତୀ ଏଜେନ୍ସି ତରୁଣୀ ସେନ ପାତ୍ରଙ୍କୁ ମୋବାଇଲ ୭୩୮୧୫୯୨୭୧୧ ନମ୍ବରରେ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ମୁ ଏହି ସମ୍ପର୍କରେ କିଛି ଜାଣି ନାହିଁ ଆପଣ ଆଉଥରେ ଆସନ୍ତା ମାସରେ ଗ୍ୟାସ୍ ବୁକିଙ୍ଗ୍ କରନ୍ତୁ ଯଦି ସେ ଘରକୁ ନ ଆସି ଗ୍ୟାସ୍ ଦେଇନାହିଁ ତାହେଲେ ମୁ ସେହି ଗ୍ୟାସ୍ ଯୋଗାଇବା ପିଲାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ଶ୍ରୀ ପାତ୍ର କହିଛନ୍ତି।
ରିପୋର୍ଟ : ପ୍ରସନ ପଣ୍ଡା