
ଜଟଣୀ, ୨୦/୯(ଜିଲ୍ଲା ଖବର):
ଜଟଣୀ ଠାରେ ଅବସ୍ଥିତ ଏକ ଯୁବ ସଂଗଠନ ଉଦ୍ଭବ ଫାଉଣ୍ଡେସନ ଉଦ୍ୟମରେ ଏକ ମାଗଣା ଦନ୍ତ ପରୀକ୍ଷା ଶିବିର ଆୟୋଜିତ କରାଯାଇଥିଲା। ଏହି ଶିବିର ରେ ହାଇଟେକ୍ ମେଡିକାଲ୍ କଲେଜର ଡ଼ାକ୍ତର ଏବଂ ଛାତ୍ର ମାନେ ଯୋଗ ଦେଇ ପରୀକ୍ଷା କରିଥିଲେ। ଡାଃ କିଶନଜିତ ଦାଶଙ୍କ ତତ୍ବାବଧାନରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଦାନ୍ତ ପରୀକ୍ଷା କରାଯାଇଥିଲା। ଏହି ଶିବିର ରେ ପରୀକ୍ଷା କରାଇଥିବା ବ୍ୟକ୍ତିଙ୍କ ପାଇଁ ହାଇଟେକ୍ ମେଡିକାଲ୍ ରେ ଦନ୍ତ ଚିକିତ୍ସା ଉପରେ ରିହାତି ଦିଆଯିବ। ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ଶ୍ରୀ ସୁରେଶ ରାଉତରାୟ ମଧ୍ୟ ଉପସ୍ଥିତ ଥିଲେ। ଉଦ୍ଭବ ଫାଉଣ୍ଡେସନ ର ସଦସ୍ୟ ଜୟସୁରଜ, ବିଶ୍ୱଜିତ୍, ଶିବଜୀତ୍, ରାଜେଶ, ଅରୁପା,ସୁଶୀଲ , ମୋନାଲିସା,ଦୀପକ,ସୁର୍ଯ୍ୟ, ମଧୁସ୍ମିତା,ମାନସ,ୟସମୀନ୍, କେଦାରନାଥ ଏବଂ ଅନ୍ୟ ମାନଙ୍କ ସହଯୋଗ ଏବଂ ସମନ୍ୱୟ ଦ୍ୱାରା ଶିବିର ସମ୍ପନ୍ନ ହୋଇଛି।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର



