Monday, November 16, 2026
Home ଆଞ୍ଚଳିକ ଏହି ସବୁ ସମସ୍ୟା ଦୂର କରେ ଲବଙ୍ଗ

ଏହି ସବୁ ସମସ୍ୟା ଦୂର କରେ ଲବଙ୍ଗ

27

୨୦/୦୯/୨୧ (ଜିଲ୍ଲା ଖବର) : ପ୍ରତେକ ଭାରତୀୟଙ୍କ ରୋଷେଇ ଘରେ ମସଲା ଜାତୀୟ ସାମଗ୍ରୀ ମଧ୍ୟରେ ଲବଙ୍ଗ ମଧ୍ୟ ସାମିଲ ରହିଥାଏ । ଲବଙ୍ଗକୁ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତିରେ ବ୍ୟବହାର କରାଯିବା ସହିତ, ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁତ୍ ଉପକାରୀ । ଏଥିରେ ଅନେକ ଔଷଧିୟ ଗୁଣ ଭରି ରହିଛି । ବିଭିନ୍ନ ରୋଗ ବେମାରୀରୁ ରକ୍ଷା କରିବାରେ ସାହାଯ୍ୟ କରେ ଲବଙ୍ଗ । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ, ମିନେରାଲ, ଭିଟାମିନ ଭଳି ଅନେକ ପୋଷକ ତତ୍ବ ଭରି ରହିଥାଏ । ଆସନ୍ତୁ ଜାଣିବା ଲବଙ୍ଗର ସ୍ବାସ୍ଥ୍ୟ ଉପକାରୀ ଗୁଣ ସମ୍ପର୍କରେ ।

-ଦାନ୍ତ ବଥା, ମାଢି ଫୁଲିବା ଆଦି ସମସ୍ୟାର ସମ୍ମୁଖୀନ କରୁଥିଲେ, ଏଥିପାଇଁ ବହୁତ୍ ଉପକାରୀ ଲବଙ୍ଗ । ଗୋଟା ଲବଙ୍ଗକୁ ଦାନ୍ତରେ  ଚାପି ରଖିବା ଦ୍ବାରା, ଦାନ୍ତ ବଥା କମ୍ ହୋଇଥାଏ । ଏହା ସହିତ ଲବଙ୍ଗ ତେଲ ମଧ୍ୟ ଦାନ୍ତ ମୂଳରେ ଲଗାଇ ପାରିବେ ।

-ଓଜନ ହ୍ରାସ କରିବାକୁ ଚାହୁଁଥିଲେ, ଏଥିପାଇଁ ଲାଭଦାୟକ ଲବଙ୍ଗ । ପ୍ରତିଦିନ ଲବଙ୍ଗ ଚା’ କିମ୍ବା ଲବଙ୍ଗ ପାଣି ସେବନ କରିବା ଦ୍ବାରା, ଓଜନ ହ୍ରାସ କରିବାରେ ଏହା ସାହାଯ୍ୟ କରେ ।

– ଗ୍ୟାସ, ପେଟ ଫୁଲିବା, ବଦହଜମି, ଡାଇରିଆ, ବାନ୍ତି ଭଳି ସମସ୍ୟାର ସମ୍ମୁଖୀନ କରୁଥିଲେ, ଏଥିପାଇଁ ବହୁତ୍ ଉପକାରୀ ଲବଙ୍ଗ । ଏହା ସେବନ କରିବା ଦ୍ବାରା, ଏହି ସବୁ ସମସ୍ୟା କମ୍ ହୋଇଥାଏ ।

-ମୁହଁରୁ ଦୁର୍ଗନ୍ଧ ନିର୍ଗତ ହେଉଥିଲେ, ମୁହଁରେ ଲବଙ୍ଗ ରଖିବା ଦ୍ବାରା, ଦୁର୍ଗନ୍ଧ କମ୍ ହୋଇଥାଏ ।