
୨୦/୦୯/୨୧ (ଜିଲ୍ଲା ଖବର) : NCRB ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ବିଜେଡି ସରକାର ମା’କୁ ସମ୍ମାନର ଡିଣ୍ଡିମ ପିଟୁଛନ୍ତି । ମାତ୍ର NCRB ରିପୋର୍ଟ କହୁଛି ଏ ମାନେ କେବଳ କଥାରେ କୁହନ୍ତି । ଭୋଟ ବେଳେ ଏମାନେ ମା’କୁ ସମ୍ମାନ କଥା କହି ଭୋଟ ହାତେଇଥାନ୍ତି । ମହିଳାଙ୍କ ଠୁ ନେଇ ନାବାଳିକା ପର୍ଯ୍ୟନ୍ତ ସମସ୍ତେ ଏଠି ଅସୁରକ୍ଷିତ ।
ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଏଠି କ୍ରାଇମ ବଢୁଛି । ରାଜ୍ୟ ସରକାରଙ୍କ ଛତ୍ର ଛାୟାରେ ଅପରାଧୀ ମାନେ ଅପରାଧ ଘଟାଉଛନ୍ତି । ଥାନାକୁ ଗଲେ ପୋଲିସ ଏତଲା ରଖୁନି । ବରଂ ପୋଲିସ ପୀଡିତାକୁ ଧମକାଉଛନ୍ତି ଏବଂ ଶାରୀରିକ ସମ୍ପର୍କ ରଖିବାକୁ ବି ବାଧ୍ୟ କରୁଛନ୍ତି । ଏ ସବୁ ଅପରାଧୀ ମାନଙ୍କୁ ବିଜେଡ଼ିର ନେତା ମାନେ ସୁରକ୍ଷା ଦେଉଛନ୍ତି ।
ଚାପ ସୃଷ୍ଟି କରି ଅପରାଧୀକୁ ଖସାଇ ଦେଉଛନ୍ତି । ଯାହାର ଉଦାହରଣ ହେଉଛି କଳାହାଣ୍ଡି ସିନାପାଲିର ଘଟଣା । ଓଡ଼ିଶାରେ ଲକ୍ଷ ଲକ୍ଷ ମହିଳାଙ୍କ କ୍ଷେତ୍ରରେ ୧୧୩ ଜଣ ମହିଳାଙ୍କୁ ନିର୍ଯ୍ୟାତନା ଦିଆଯାଇଛି । ୨୦ ଟି ଗଣ ଦୁଷ୍କର୍ମ ହୋଇଛି । ୩୦ ହଜାର ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଅପହରଣ ହୋଇଛି ।
କୁନି କୁନି ପିଲାଙ୍କ ଅପହରଣ ମାମଲା ଏବେ ବଢ଼ିଛି । ପରି ଘଟଣା କୁ ନେଇ ତ ଆମେ ବାରମ୍ବାର ପ୍ରଶ୍ନ କରିଛୁ । ଏବେ ଏହି ଘଟଣାରେ ରାଜ୍ୟ ସରକାର ଶେତ୍ୱପତ୍ର ପ୍ରକାଶ କଲେ ନାହିଁ କି ଦୋଷୀକୁ ଦଣ୍ଡ ଦେଲେନି । କ୍ରାଇମ ସିନକୁ ଡ୍ରାମା ସିନ ଭାବେ ପୋଲିସ ବ୍ୟବହାର କରୁଛି । ସୌମ୍ୟ ଘଟଣାରେ ଏ ପର୍ଯ୍ୟନ୍ତ ପୋଲିସ ନିଷ୍କର୍ସରେ ପହଞ୍ଚିନି । ତଦନ୍ତ ବାଟବଣା କରିବା, ତଥ୍ୟ ପ୍ରମାଣ ନଷ୍ଟ କରିବାର କାର୍ଯ୍ୟ ପୋଲିସ କରୁଛି । କୋଭିଡ ଭଳି ସମୟରେ ସବୁ ସ୍ଥାନରେ ମହିଳାଙ୍କ ପ୍ରତି ହିଂସା କମିଥିବା ବେଳେ ଆମ ରାଜ୍ୟରେ ୧୦ ପ୍ରତିଶତ ବଢ଼ିଛି ।
ଅନୁସୂଚିତ ଜାତି ଓ ଜନଜାତି ମହିଳାଙ୍କ କ୍ଷେତ୍ରରେ ୬୦ ପ୍ରତିଶତ କେସ ଓଡ଼ିଶାରେ ବଢ଼ିଛି । ଏହି ଲିଷ୍ଟ ସବୁଠୁ ଅଧିକ ରହିଛି ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ । ମାତ୍ର ୫୫୦ ପୋଲିସଷ୍ଟେସନକୁ ମୁଖ୍ୟମନ୍ତ୍ରୀ ନିୟନ୍ତ୍ରଣ କରି ନିର୍ବାଚନ ଜିତୁଛନ୍ତି । ପୋଲିସ କେବଳ ଭିଆଇପି ପ୍ରୋଟେକସନ୍ ଛାଡି ଓଡ଼ିଶାର ଆଇନଶୃଙ୍ଖଳାକୁ ସଜାଡିବାକୁ ଚେଷ୍ଟା କରନ୍ତୁ ।
ଭୁବନେଶ୍ୱର ଭଳି ଜାଗାରେ ଜଣେ ୧୫ ବର୍ଷ ପିଲା ପାଣିରେ ଭାସି ଯାଇ ମୃତ୍ୟୁ ବରଣ କଲା । ମାତ୍ର ସେ ଦୋଷ କିଏ ମୁଣ୍ଡାଇକୁ ନାରାଜ । ଜଣେ ଅନ୍ୟକୁ ଦୋଷ ଦେଉଛନ୍ତି । ମାତ୍ର କାହା ମୁଣ୍ଡ ଉପରେ ଖଣ୍ଡା ପଡୁନି । ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ଏ ପର୍ଯ୍ୟନ୍ତ ଦୁଃଖ ପ୍ରକାଶ ବି କଲେନି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ପୂର୍ଣ୍ଣ ବୋଲି ବିଜେପି କହିଛି ।


