Sunday, November 15, 2026
Home ଆଞ୍ଚଳିକ ଷ୍ଟଣ୍ଟ ଦେଖାଇଲେ ମାଧୁରୀ

ଷ୍ଟଣ୍ଟ ଦେଖାଇଲେ ମାଧୁରୀ

15

ନୂଆଦିଲ୍ଲୀ, ୨୦/୦୯/୨୧ (ଜିଲ୍ଲା ଖବର) :ବର୍ତ୍ତମାନ ଟେଲିଭିଜନରେ ପ୍ରସାରିତ ହେଉଥିବା  ଲୋକପ୍ରିୟ ଶୋ’ ‘ଖତ୍ରୋଁକି ଖିଲାଡି ୧୧’ ଏବଂ ‘ଡାନ୍ସ ଦିଓ୍ବାନେ ୩’ର ମହାସଙ୍ଗମ ଚାଲିଛି । ଖତ୍ରୋଁକି ଖିଲାଡି ୧୧ର ଫାଇନାଲିଷ୍ଟ ଦିବ୍ୟାଙ୍କା ତ୍ରୀପାଠୀ,ଅର୍ଜୁନ ବିଜଲାନୀ, ରାହୁଲ ବୈଦ୍ୟ, ଶ୍ବେତା ତିଓ୍ବାରୀ ଏବଂ ବିଶାଲ ଆଦିତ୍ୟ ସିଂ ଡାନ୍ସ ଦିଓ୍ବାନେ ମଞ୍ଚରେ ନଜର ଆସୁଛନ୍ତି । ଠିକ୍ ସେମିତି ଡାନ୍ସ ଦିଓ୍ବାନେର ପ୍ରତିଯୋଗୀ ମାନଙ୍କ ଧମାକାଦାର ପରଫରମାନ୍ସ ଦେଖି  ଖତ୍ରୋଁକି ଖିଲାଡିର ଫାଇନାଲିଷ୍ଟ ଏବଂ ହୋଷ୍ଟ ରୋହିତ୍ ଶେଟ୍ଟୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଅନ୍ୟପଟେ, ସେଟ୍‌ରେ ରୋହିତ ଶେଟ୍ଟି ଥିବେ ଆଉ  ଷ୍ଟଣ୍ଟ ନ ହେବ, ତାହା କ’ଣ କେବେ ହୋଇପାରିବ ।

ଡ୍ୟାନ୍ସ ଦିଓ୍ବାନେ ମଞ୍ଚରେ ରୋହିତ ଶେଟ୍ଟି ଯାହା କରାଇଲେ, ତାହା ଆଗରୁ କେବେ ଘଟି ନ ଥିଲା । ଧକ୍‌ ଧକ୍‌ ଗର୍ଲ, ମାଧୁରୀ ଦିକ୍ଷୀତଙ୍କୁ ଏକ ଷ୍ଟଣ୍ଟ କରିବାକୁ ସେ କହିଥିଲେ ।

ମାଧୁରୀଙ୍କ ଆଗରେ ୨ଟି ବକ୍ସ ରଖାଗଲା । ସେଥିରେ ଗୋଟିଏରେ ମୂଷା ଥିବା ବେଳେ ଆଉ ଏକ ବକ୍ସ ଖୋଲାଥିଲା । ଗୋଟିଏ ମିନିଟ୍‌ ଭିତରେ ଖାଲି ଥିବା ବକ୍ସ ମଧ୍ୟରେ ମୂଷା ଭର୍ତ୍ତି କରିବାକୁ ମାଧୁରୀଙ୍କୁ ଟାକ୍ସ ଦେଇଥିଲେ ରୋହିତ । ଏହା ଦେଖି  ଏକଦମ୍ ଛାନିଆ ହୋଇପଡିଲେ ମାଧୁରୀ ।

ସୋସିଆଲ ମିଡିଆରେ ଏହାର ଏକ ପ୍ରମୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ପୋଷ୍ଟ କରି କଲର୍ସ ପକ୍ଷରୁ କ୍ୟାପସନ୍‌ ଦିଆଯାଇଛି, ମାଧୁରୀ ଦୀକ୍ଷିତ ହେବେ ଖିଲାଡି ।