Saturday, November 14, 2026
Home ଆଞ୍ଚଳିକ ମୁକୁଳା ଡ୍ରେନରୁ ଛାତ୍ର ନିଖୋଜ ଘଟଣା, ଆଉ କେତେ ଜୀବନ ଗଲେ ଭାଙ୍ଗିବ ନିଦ ବୋଲି...

ମୁକୁଳା ଡ୍ରେନରୁ ଛାତ୍ର ନିଖୋଜ ଘଟଣା, ଆଉ କେତେ ଜୀବନ ଗଲେ ଭାଙ୍ଗିବ ନିଦ ବୋଲି ପ୍ରଶ୍ନ କଲା ବିଜେପି

10

ଭୁବନେଶ୍ୱର,୨୦/୦୯/୨୧ (ଜିଲ୍ଲା ଖବର) : ରାଜଧାନୀରେ ଖୋଲା ଡ୍ରେନରେ ଭାସି ନିଖୋଜ ଛାତ୍ରଙ୍କ ମିଳିଲା ମୃତଦେହ । ୧୯ ଘଣ୍ଟା ଖୋଜାଖୋଜି ପରେ ପଞ୍ଚସଖା ନଗର ନାଳରୁ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ଟିମ୍ । ଗତକାଲି ଟ୍ୟୁସନ୍ ଯାଇ ଫେରିବା ବେଳେ ଖୋଲା ଡ୍ରେନରେ ଖସି ପଡ଼ିଥିଲେ ଜ୍ୟୋତିପ୍ରକାଶ । ପାଣି ସୁଅରେ ଭାସି ଯାଇଥିଲେ । ମୃତ ଜ୍ୟୋତିପ୍ରକାଶ ହେଉଛନ୍ତି ବରମୁଣ୍ଡା ଗାଁ ଢିପସାହିର ହୃଷିକେଷ ବେହେରାଙ୍କ ପୁଅ ।

ଗତକାଲି ପାଖାପାଖି ଦିନ ୨ଟା ବେଳେ ଡ୍ରେନ୍ ପାଣିରେ ଭାସି ନିଖୋଜ ଥିଲେ ଜ୍ୟୋତିପ୍ରକାଶ । ରାତି ୧୦ଟା ଯାଏ ଡ୍ରେନ୍ ଭିତରେ ପଶି ୧୦ କିଲୋମିଟର ଯାଏ ଖୋଜାଖୋଜି କରିଥିଲେ ଅଗ୍ନିଶମ ବାହିନୀ ଟିମ୍ । ଆଜି ସକାଳେ ୫ଟି ଟିମ୍ ବିଭିନ୍ନ ସ୍ଥାନରେ ଡ୍ରେନରେ ସର୍ଚ୍ଚ ଅପରେସନ୍ ଚଳାଇଥିଲା । ଶେଷରେ ଜ୍ୟୋତିପ୍ରକାଶଙ୍କର ମୃତଦେହ ମିଳିଛି। ଏତଲା ଦାୟର ସହ ମୁକୁଳା ଡ୍ରେନରେ ସ୍ଲାବ ପକାଇବାକୁ ଦାବିରେ ବିଏମସି କାର୍ଯ୍ୟାଳୟ ଘେରାଉ କରିଛି ବିଜେପି।

ପ୍ରତିବର୍ଷ ବର୍ଷା ପାଣିରେ ଜୀବନ ଯାଉଥିବା ବେଳେ ବିଏମସି ନିରବ ଦ୍ରଷ୍ଟା ସାଜିଛି। ଆଉ କେତେ ଜୀବନ ଗଲେ ବିଏମସିର ନିଦ ଭାଙ୍ଗିବ ବୋଲି ପ୍ରଶ୍ନ କରିଛି ବିଜେପି।