Saturday, November 14, 2026
Home ଆଞ୍ଚଳିକ ଫଟୋ ସହ କବିତା ଲେଖି ପୋଷ୍ଟ କଲେ ସାରା ଅଲ୍ଲୀ ଖାନ୍

ଫଟୋ ସହ କବିତା ଲେଖି ପୋଷ୍ଟ କଲେ ସାରା ଅଲ୍ଲୀ ଖାନ୍

14

ନୂଆଦିଲ୍ଲୀ, ୨୦/୦୯/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ନିଜର କାମ ବ୍ୟତୀତ ବୁଲିବାକୁ ଭାରି ଭଲ ପାଆନ୍ତି । ଟିକେ ଫୁରସତ ମିଳିଲେ, ସେ ସାଙ୍ଗସାଥିଙ୍କ ସହ ବୁଲିବାକୁ ବାହାରି ପଡନ୍ତି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ସାରା । ସବୁବେଳେ ନୂଆ ନୂଆ ଫଟୋ, ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରନ୍ତି  ସେ । କିଛି ଦିନ ପୂର୍ବରୁ ମାଳଦୀପ, ଲଦାଖ ରେ ସେ ଛୁଟି କଟାଉଥିବା ଦେଖିବାକୁ ମିଳିଥିଲା । ଯାହାର ଫଟୋ ସେ ସେୟାର କରିଥିଲେ । ଠିକ୍ ସେମିତି ପୁଣି ଏବେ ସେ ବୁଲିବାକୁ ଯାଇଛନ୍ତି କାଶ୍ମୀର । ଏକଥା ଆମେ କହୁନୁ, ଏକଥା କହୁଛି ତାଙ୍କର ପୋଷ୍ଟ । ସେଠାରୁ ସେ ତାଙ୍କର ଫଟୋ ସେୟାର କରିଛନ୍ତି ।

ତାଙ୍କର ଏହି ଫଟୋରେ ସାରାଙ୍କ ମୁହଁରେ ଖୁସିର ଝଲକ ଦେଖିବାକୁ ମିଳୁଛି । ବରଫ ପାହାଡ ମଧ୍ୟରେ ମୁଣ୍ଡରେ କ୍ୟାପ୍ ଲଗାଇ, ସାଙ୍ଗମାନଙ୍କ ସହ ଖାଉଥିବାର ଭିନ୍ନ ଭିନ୍ନ ଫଟୋ ସେ ସେୟାର କରୁଛନ୍ତି । ତାଙ୍କର ଏହି ସୁନ୍ଦର ଫଟୋ ସତରେ, ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଛି ।

କେବଳ ସେ ଫଟୋ ସେୟାର କରି ନାହାଁନ୍ତି ବରଂ ଏହା ସହିତ ସେ ସୁନ୍ଦର କବିତା ମଧ୍ୟ ଲେଖିଛନ୍ତି । ସେ ଲେଖିଛନ୍ତି ଯେ, ‘ଧୁପ୍ କି ଚଟକିଲି ରୋଶନୀ ଔର ତାରୋ ଓ୍ବାଲି ରାତ…..ରୋଶନୀ କେ ଲିଏ ଚାନ୍ଦ୍ କି ଚମକ୍ ଔର କ୍ୟାମ୍ପ୍ ଫାୟାର…..ଜବ୍ ତକ୍ ଆପ୍ ଉଞ୍ଚାଇ କୋ ଛୁ ସକତେ ହେ…..ଔର ୟହାଁ ବସ୍ ଜରୁରତ୍ ସେ ଜ୍ୟାଦା ଖାନା ହି ଆପକି ଲଡାଇ ହେ’ । ସାରା ଏହି ପୋଷ୍ଟରେ ତାଙ୍କ ସାଙ୍ଗଙ୍କ ନାଁ ମଧ୍ୟ ଟ୍ୟାଗ୍ କରିଛନ୍ତି ।

ସତରେ, ସାରାଙ୍କ ପୋଷ୍ଟ ଦେଖି ଲାଗେ ସେ ତାଙ୍କ ଜୀବନକୁ ମନଭରି ଉପଭୋଗ କରୁଛନ୍ତି ।  ସେ ସେୟାର କରୁଥିବା ଫଟୋକୁ ଫ୍ୟାନ୍ସ ମଧ୍ୟ ବେଶ ପସନ୍ଦ କରୁଛନ୍ତି ।