Thursday, November 12, 2026
Home ଆଞ୍ଚଳିକ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି “Etraordinaire 2021” ମିଡ଼ିଆ ସମ୍ମିଳନୀ

ଏକ୍ସଆଇଏମ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି “Etraordinaire 2021” ମିଡ଼ିଆ ସମ୍ମିଳନୀ

19

ଭୁବନେଶ୍ୱର ,୨୦/୦୯/୨୧ (ଜିଲ୍ଲା ଖବର) : ସେପ୍ଟେମ୍ବର ମାସ ୧୮ ତାରିଖରେ, ସ୍କୁଲ ଅଫ କମ୍ୟୁନିକେସନ, ଏକ୍ସଆଇଏମ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ତରଫରୁ Zoom ଭର୍ଚୁଆଲ ପ୍ଲାଟଫୋର୍ମ ମାଧ୍ୟମରେ ବିଦ୍ୟାଳୟର ବାର୍ଷିକ ସମ୍ମିଳନୀ “Extraordinaire 2021” ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଫା. ଏସ. ଆଣ୍ଟନି ରାଜ ଉକ୍ତ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ ନିଜର ଉଦଘାଟନ ଅଭିଭାଷଣରେ ସମ୍ପ୍ରତି କୋରନା ମହାମାରୀ ସମୟରେ ସୋସିଆଲ ମିଡ଼ିଆର ଗୁରୁତ୍ୱ ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ। ବିଦ୍ୟାଳୟର ଡିନ ଡା. ଭି. ବିଜୟ କୁମାର ଏହି ବାର୍ଷିକ ସମ୍ମିଳନୀକୁ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନା କରିଥିଲେ।

ଏହି ବାର୍ଷିକ ସମ୍ମିଳନୀ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏକ ସମୃଦ୍ଧିଶାଳୀ ଅନୁଭୂତି ହୋଇଥିଲା ଏବଂ ସେମାନେ ସମସ୍ତେ ମିଡ଼ିଆ ଜଗତରେ କାର୍ଯ୍ୟରତ ଅନେକ ଗୁଣିଜ୍ଞାନୀ ତଥା ଖ୍ୟାତିସମ୍ପନ୍ନ ବ୍ୟକ୍ତି ମାନଙ୍କ ସମ୍ପର୍କରେ ଆସି ପାରିଥିଲେ। ଏହି ସମ୍ମିଳନୀରେ ଅତିଥି ବକ୍ତାମାନଙ୍କ ମଧ୍ୟରେ ଥିଲେ ଶ୍ରୀ ରାଣା ମାଥିଉ, ବ୍ରାଣ୍ଡ ସାପୋର୍ଟ ଆଣ୍ଡ କମ୍ୟୁନିକେସନ ଅଫ ଏମଆରଏଫ ଲିମିଟେଡ଼ ର ମୁଖ୍ୟ; କୁମାରୀ ସଂଗୀତା ସଂପଥ, ୮୨.୫ କମ୍ୟୁନିକେସନସ, ବାଙ୍ଗାଲୋରରେ ଗ୍ରୁପ୍ କ୍ରିଏଟିଭ ମୁଖ୍ୟ; କୁମାରୀ ଅର୍ଚ୍ଚିତା କାଶ୍ୟପ, ୟସ ରାଜ ଫିଲ୍ମସର କମ୍ୟୁନିକେସନ ପରାମର୍ଶଦାତା, ଏଣ୍ଟରଟେନମେଣ୍ଟ ଜରନାଲିଷ୍ଟ ତଥା ବ୍ଲଗର; ଶ୍ରୀ ବୌଦ୍ଧୟାନ ମୁଖାର୍ଜୀ, ସ୍ୱାଧୀନ ଫିଲ୍ମ ନିର୍ମାତା ଯାହାଙ୍କ କାର୍ଯ୍ୟ ମଧ୍ୟରେ ରହିଛି ତୀନକାହାନ (୨୦୧୪) ଏବଂ ଦା ଭାୟୋଲୀନ ପ୍ଲେୟର (୨୦୧୬)। କୋରନା ମହାମାରୀ ସମୟରେ କିଭଳି ଭାବରେ ସମାସ୍ୟା ଗୁଡ଼ିକୁ ସେମାନେ ଅଙ୍ଗେ ନିଭେଇ ଥିଲେ ଏବଂ ଏହି ମହାମାରୀ ମିଡ଼ିଆ ଜଗତର ସମସ୍ତ ବିଭାଗରେ କେଉଁ କେଉଁ ସୁଯୋଗ ନେଇ ଆସିଛି ଏ ସମସ୍ତ ସମ୍ବନ୍ଧରେ ସମସ୍ତ ଅତିଥି ବକ୍ତାମାନେ ବିସ୍ତୃତ ଭାବରେ ବ୍ୟାଖ୍ୟା କରିଥିଲେ। ଏହି ସମ୍ମିଳନୀରେ ବ୍ରାଣ୍ଡ କମ୍ୟୁନିକେସନ, ବିଜ୍ଞାପନ, ସାମ୍ବାଦିକତା ଏବଂ ଫିଲ୍ମ ନିର୍ମାଣ ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହୋଇଥିଲା।

ଏହି ଭର୍ଚୁଆଲ ଇଭେଣ୍ଟରେ ସାରା ଦେଶରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରୁ ୧୬୫ ଜଣ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ। “Extaordinaire 2021” ସମସ୍ତ ଛାତ୍ରଛାତ୍ରୀ ତଥା ମିଡ଼ିଆ ଜଗତରେ କାର୍ଯ୍ୟରତ ସମସ୍ତ ପ୍ରାକ୍ଟିସନର ମାନଙ୍କ ନିମନ୍ତେ ମିଡ଼ିଆ ସମ୍ୱନ୍ଧରେ ଅନେକ କିଛି ଶିକ୍ଷାଲାଭ କରିବା ନିମନ୍ତେ ଏକ ସୁବର୍ଣ୍ଣ ସୁଯୋଗ ନେଇ ଆସିଥିଲା। ଏହି ସମ୍ମିଳନୀ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମିଡ଼ିଆ ଜଗତ ସମ୍ପର୍କରେ ଅନେକ ପ୍ରକାରର ଜ୍ଞାନ ଆସିପାରିଥିଲା ଏବଂ ସମସ୍ତଙ୍କୁ ନିଜର ଭବିଷ୍ୟତ ନିର୍ମାଣ ନିମନ୍ତେ ବର୍ତ୍ତମାନ ଠାରୁ ହିଁ ଯୋଜନା କରିବା ନିମନ୍ତେ ଏକ ପ୍ରକାରର ରାସ୍ତା ମିଳିପାରିଲା।

ଏହି ସମ୍ମିଳନୀରେ ଏକ୍ସଆଇଏମ ବିଶ୍ବବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କାର୍ଯ୍ୟରତ କର୍ମଚାରୀ, ଇତ୍ୟାଦି ସମସ୍ତେ ଯୋଗଦାନ କରିଥିଲେ। ଏହି ସମ୍ମିଳନୀକୁ ସ୍କୁଲ ଅଫ କମ୍ୟୁନିକେସନସ, ଏକ୍ସଆଇଏମ ବିଦ୍ୟାଳୟର UG & PG ଛାତ୍ରଛାତ୍ରୀ ମାନେ ସ୍ୱତନ୍ତ୍ର ଭାବରେ ଆୟୋଜନ କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ଡା. ଆର୍ପିତା ସାହା ଏହି ସମ୍ମିଳନୀକୁ ସଂଯୋଜନା କରିଥିଲେ।