
ନୂଆଦିଲ୍ଲୀ, ୨୦/୦୯/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ଟାଇଗର୍ ଶ୍ରଫ୍ ନିଜର ଅଭିନୟ ସହିତ, ସେ ତାଙ୍କର ଷ୍ଟଣ୍ଟ ପାଇଁ ମଧ୍ୟ ବେଶ ପରିଚିତ । ଖୁବ୍ କମ୍ ସମୟ ମଧ୍ୟରେ ବଲିଉଡରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ଟାଇଗର । ସୋସିଆଲ ମିଡିଆରେ ବେଶ ସକ୍ରିୟ ଟାଇଗର । ଅନେକ ସମୟରେ ସେ ତାଙ୍କର ଷ୍ଟଣ୍ଟ ଭିଡିଓ ସେୟାର କରନ୍ତି । ଯାହାକୁ ବେଶ ପସନ୍ଦ କରନ୍ତି ଫ୍ୟାନ୍ସ । ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଲଣ୍ଡନରେ ଏବେ ନିଜର ଜଲଓ୍ବା ଦେଖାଉଛନ୍ତି ଟାଇଗର ଶ୍ରଫ୍ । ସେଠାରୁ ସେ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ହାଓ୍ବାରେ ଷ୍ଟଣ୍ଟ କରୁଥିବା ନଜର ଆସୁଛନ୍ତି ।
ନିଜ ଇନଷ୍ଟାଗ୍ରାମରେ ସେ ଭିଡିଓ ସେୟାର କରିଛନ୍ତି । ସେଥିରେ ଖୁବ୍ ସୁନ୍ଦର ଭାବେ ଟାଇଗର ହାଓ୍ବାରେ ଷ୍ଟଣ୍ଟ କରୁଥିବା ନଜର ଆସୁଛନ୍ତି । ଭିଡିଓ ସେୟାର କରି ସେ କ୍ୟାପ୍ସନରେ ଲେଖିଛନ୍ତି ଯେ, ‘ଲଣ୍ଡନ କେ ଖୁବସୁରତ ସହର ମେଁ କୁଛ୍ ତାଜି ହଓ୍ବା ଲେତେ ହୁଏ, ଏକ୍ ଦିନ୍ କି ଛୁଟି ପର୍ ନେହିଁ ‘ । ତାଙ୍କର ଏହି ଭିଡିଓକୁ ଫ୍ୟାନ୍ସ ବେଶ ପସନ୍ଦ କରିବା ସହିତ, ପ୍ରଶଂସା ମଧ୍ୟ କରୁଛନ୍ତି ।


