Thursday, November 12, 2026
Home ଆଞ୍ଚଳିକ ଚରଣଜିତ୍ ସିହଂ ଚନ୍ନି ପଞ୍ଜାବର 17 ତମ ସିଏମ୍ ଭାବେ ନେଲେ ଶପଥ

ଚରଣଜିତ୍ ସିହଂ ଚନ୍ନି ପଞ୍ଜାବର 17 ତମ ସିଏମ୍ ଭାବେ ନେଲେ ଶପଥ

15

ନୂଆଦିଲ୍ଲୀ,୨୦/୦୯/୨୧ (ଜିଲ୍ଲା ଖବର) : ଚରଣଜିତ୍ ଚନ୍ନି ପଞ୍ଜାବର 17 ତମ ସିଏମ୍ ଭାବରେ ଶପଥ ଗ୍ରହଣ କରିଛନ୍ତି। ସେ ରାଜ୍ୟର ପ୍ରଥମ ଦଲିତ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସିଏମ୍ ଚରଣଜିତ୍ ଚନ୍ନି ଏବଂ ସୁଖଜିନ୍ଦର ସିଂ ରାନ୍ଧୱା ଶପଥ ଗ୍ରହଣ କରିବା ପରେ ଓମପ୍ରକାଶ ସୋନି ମଧ୍ୟ ଶପଥ ନେଇଥିଲେ। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇନଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି । ଶପଥ କାର୍ଯ୍ୟକ୍ରମରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସିଦ୍ଧୁ ଉପସ୍ଥିତ ରହିଥିଲେ ।

ରାଜନୀତିରେ ଅନେକ ଅନୁଭବ ରହିଛି ଚରଣଜିତଙ୍କର । ପ୍ରକାଶ ସିଂହ ବାଦଲ ମୁଖ୍ୟମନ୍ତ୍ରୀ ଥିବା ବେଳେ ବିରୋଧୀ ଦଳର ନେତା ଥିଲେ ଚରଣଜିତ୍ । ଚମକୌର ସାହିବ ଆସନରୁ ଏବେ ବିଧାୟକ ଅଛନ୍ତି ଚରଣଜିତ । ଅମରିନ୍ଦରଙ୍କ କ୍ୟାବିନେଟରେ ବୈଷୟିକ ଶିକ୍ଷା ବିଭାଗର  ସେ ମନ୍ତ୍ରୀ ଥିଲେ ।