Sunday, November 15, 2026
Home ଆଞ୍ଚଳିକ ପୁଣି ରାଜ୍ୟରେ ଚିହ୍ନଟ ହେଲେ ସଂକ୍ରମିତ, ୬ ମୃତ

ପୁଣି ରାଜ୍ୟରେ ଚିହ୍ନଟ ହେଲେ ସଂକ୍ରମିତ, ୬ ମୃତ

5

ଭୁବନେଶ୍ୱର,୨୦/୦୯/୨୧ (ଜିଲ୍ଲା ଖବର) : ଆଜି ରାଜ୍ୟରେ 510 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ 297 ଚିହ୍ନଟ ହୋଇଥିବାବେଳେ 213 ଲୋକାଲ କେସ ରହିଛି।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨୦୭୫୪ରେ ପହଞ୍ଚିଛି । ଏହାସହ ୧୮ ବର୍ଷରୁ କମ୍ ବୟସର ୭୯ ଜଣ ପଜିଟିଭ ରହିଛନ୍ତି ।

ଏହାସହ ୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।