Thursday, November 12, 2026
Home ଆଞ୍ଚଳିକ 22ରେ ମୋଦିଙ୍କ ଆମେରିକା ଗସ୍ତ

22ରେ ମୋଦିଙ୍କ ଆମେରିକା ଗସ୍ତ

8

ନୂଆଦିଲ୍ଲୀ,୨୦/୦୯/୨୧ (ଜିଲ୍ଲା ଖବର) :  22 ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଉଛନ୍ତି । 23 ସେପ୍ଟେମ୍ବରରେ ୱାଶିଂଟନ୍ ଡିସିରେ ପ୍ରଧାନମନ୍ତ୍ରୀ ମୋଦି  ଏବଂ ରାଷ୍ଟ୍ରପତି ବାଇଡେନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ।

ଚଳିତ ବର୍ଷ ଜାନୁଆରୀରେ ବାଇଡେନ କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହା ପ୍ରଥମ ଥର ହେବ ଯେ ପ୍ରଧାନମନ୍ତ୍ରୀ ଆମେରିକାର ରାଷ୍ଟ୍ରପତିଙ୍କୁ ଭେଟିବେ। ରାଷ୍ଟ୍ରପତି ବାଇଡେନଙ୍କୁ ଭେଟିବା ପରେ ପିଏମ ମୋଦି ଉପରାଷ୍ଟ୍ରପତି କମଲା ହାରିସ ଏବଂ ଅନ୍ୟ ନେତାଙ୍କୁ ମଧ୍ୟ ଭେଟିବେ। ଏହା ବ୍ୟତୀତ ପିଏମ ମୋଦି ଆମେରିକାର ବିଶିଷ୍ଟ ସିଇଓମାନଙ୍କୁ ମଧ୍ୟ ଭେଟିବେ।

ମୋଦି  ନେତା ଓ ସିଇଓମାନଙ୍କୁ ଭେଟିବା ବିଷୟରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ଦିଆଯାଇନାହିଁ, କିନ୍ତୁ ସମାଚାର ଏଜେନ୍ସି ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, PM ମୋଦି 23 ସେପ୍ଟେମ୍ବରରେ ରାଷ୍ଟ୍ରପତି ବିଡେନଙ୍କ ସହିତ ରାତ୍ରି ଭୋଜନ କରିବେ ।