Saturday, November 14, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! ମହେଶ ଭଟ୍ଟ

ଜନ୍ମଦିନର ଶୁଭେଚ୍ଛା ! ମହେଶ ଭଟ୍ଟ

19

ନୂଆଦିଲ୍ଲୀ, ୨୦/୦୯/୨୧ (ଜିଲ୍ଲା ଖବର) : ବଲିଉଡର ଜଣାଶୁଣା ଡାଇରେକ୍ଟର ମହେଶ ଭଟ୍ଟଙ୍କ ଆଜି ଜନ୍ମଦିନ । ଆଜି ସେ ତାଙ୍କର ୭୩ତମ ଜନ୍ମଦିନ ପାଳନ କରୁଛନ୍ତି । ୨୦ ସେପ୍ଟେମ୍ବର ୧୯୪୮ରେ  ମୁମ୍ବାଇରେ ଜନ୍ମିତ ମହେଶ ଭଟ୍ଟ,  ୧୯୭୦ରେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ତାଙ୍କ କ୍ୟାରିୟରରେ ଅନେକ ହିଟ ଫିଲ୍ମ ଦେଇଛନ୍ତି । ମର୍ଡର, ଜହର, ମର୍ଡର ୨, ପାପ ଭଳି ଅନେକ ଫିଲ୍ମରେ ସେ କାମ କରିଛନ୍ତି ।

୨୦ ବର୍ଷ ବୟସରେ Lorraine Brightଙ୍କ ସହ  ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ମହେଶ ଭଟ୍ଟ । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ହେଲେ ତାଙ୍କ ବୈବାହିକ ଜୀବନ ବେଶି ଦିନ ଧରି ତିଷ୍ଠି ରହି ନଥିଲା । ବିବାହିତ ହୋଇବି ଅଭିନେତ୍ରୀ ପରବିନ୍ ବାବିଙ୍କ ପ୍ରେମରେ ପଡିଥିଲେ ମହେଶ ଭଟ୍ଟ । ପରବିନ ବାବି ସେ ସମୟର ବେଶ ଲୋକପ୍ରିୟ ଅଭିନେତ୍ରୀ ଥିଲେ । ସେତେବେଳେ ପରବିନଙ୍କ ପାଇଁ ନିଜ ପତ୍ନୀଙ୍କୁ ଛାଡି ଦେଇଥିଲେ, ମେହେଶ ଭଟ୍ଟ । ଏହାପରେ ଦୁହେଁ ଲିଭ୍ ଇନରେ ରହିଥିଲେ । ହେଲେ ହଠାତ୍ ପରବିନ୍ ଙ୍କ ଦେହାନ୍ତ ହୋଇଥିଲା । ଏହାପରେ ମହେଶ ଭଟ୍ଟଙ୍କ ଜୀବନରେ ସୋନି ରାଜଦାନ ଆସିଥିଲେ । ଏକ ଫିଲ୍ମ ସୁଟିଂ ସେଟରେ ଦୁହିଁଙ୍କର ଭେଟ ହୋଇଥିଲା । ଏହାପରେ ଦୁହେଁ ବିବାହ କରିଥିଲେ । ତାଙ୍କର ମଧ୍ୟ ଦୁଇଜଣ ସନ୍ତାନ ଅଛନ୍ତି । ଆଲିଆ ଭଟ୍ଟ ଏବଂ ସାହିନ୍ ଭଟ୍ଟ । ପ୍ରଫେସନାଲ ଲାଇଫ ଠାରୁ ଆରମ୍ଭ କରି ପର୍ସନାଲ ଲାଇଫକୁ ନେଇ, ସବୁବେଳେ ଚର୍ଚ୍ଚାରେ ଡାଇରେକ୍ଟର ମହେଶ ଭଟ୍ଟ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।