
ରାୟପୁର,୨୦/୦୯/୨୧ (ଜିଲ୍ଲା ଖବର) : ରବିବାର ଛତିଶଗଡର କୋଣ୍ଡାଗାଓଁ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ସ୍କର୍ପିଓ ଏବଂ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଫଳରେ ଏଭଳି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ନଅରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା କୁହାଯାଉଛି। ଆହତମାନଙ୍କୁ ରାୟପୁରକୁ ପଠାଯାଇଛି।
ସୂଚନାନୁସାରେ, ଗୋଟିଏ ପରିବାରର 16 ଜଣ ଲୋକ ଏକ ଅଟୋ ଯୋଗେ ଯାଉଥିଲେ। ଏହି ସମୟରେ ଝାଡଖଣ୍ଡରୁ ଜଗଦଲପୁର ଯାଉଥିବା ଏକ ସ୍କର୍ପିଓ ଅଟୋକୁ ଧକ୍କା ଦେଇଥିଲା। ଆଖପାଖ ଲୋକମାନେ ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ତେବେ ଅଟୋରେ ମହିଳା ଏବଂ ଶିଶୁଙ୍କ ସମେତ 16 ଜଣ ଥିଲେ। ସେହିପରି କିଛି ଲୋକ ମଧ୍ୟ ସ୍କର୍ପିଓରେ ଯାଉଥିଲେ ।



