
ଦିଗପହଣ୍ଡି ,୧୯/୮(ଜିଲ୍ଳାଖବର) : ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ଥାନା ଅନ୍ତର୍ଗତ ପୋଡ଼ାମାରିର ଅଙ୍ଗେଈତ ବନ୍ଧରେ ବୁଢି ଜଣେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଅଛି l ଏହି ଗ୍ରାମ କୁମ୍ଭାର ସାହିର ତବତିଆ ଗୋୖଡଙ୍କ ପୁଅ ବାପି ଗୋୖଡ଼ (୧୬) ରବିବାର ଛୁଟିରେ ସାଙ୍ଗସାଥୀଙ୍କ ସହ ଅପରାହ୍ନ ପ୍ରାୟ ୩ଟାରେ ଅଙ୍ଗେଈତ ବନ୍ଧରେ ଗାଧୋଇବା ସହ ପୋଖରୀ ପାଣିରେ ଖେଳକୁଦ କରୁଥିବା ବେଳେ ପୋଖରୀରେ ବୁଡିଯାଇଥିଲେ l ସାଙ୍ଗ ସାଥୀମାନେ ଏହା ଜାଣିପାରି ଗାଁ ଲୋକଙ୍କୁ ଖବର ଦେବାପରେ ସାନଖେମୁଣ୍ଡି ଦମକଳ ବାହିନୀ ଆସି ପୋଖରୀରୁ ବୁଡିଯାଇଥିବା ଛାତ୍ରକୁ ଉଦ୍ଧାର କରିଥିଲେ l ଖବର ପାଇ ପାଟପୁର ପୋଲିସ ଘଟଣା ସ୍ଥଳରେ ପହଁଚିବା ସହ ଉଦ୍ଧାର କରି ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ l ସେଠାରେ ବାପିକୁ ଡାକ୍ତର ମୃତଘୋଷଣା କରିବା ପରେ ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଯାଇଛି l



