
ନୂଆଦିଲ୍ଲୀ,୨୦/୦୯/୨୧ (ଜିଲ୍ଲା ଖବର) : ଗୁଜୁରାଟରେ 11 ବର୍ଷର ବାଳିକା ଫ୍ଲୋରା ଅସୋଡିଆଙ୍କୁ ଗୋଟିଏ ଦିନର କଲେକ୍ଟର ଭାବରେ ନିଯୁକ୍ତ କରାଯାଇଛି। ଏହି ଖବର ନିଶ୍ଚୟ ଚକିତ କରୁଥିବ ଯେ ଏତେ କମ୍ ବୟସର ପିଲାଟି କେମିତି କଲେକ୍ଟର କିନ୍ତୁ କଥାଟି ସମ୍ପୂର୍ଣ୍ଣ ସତ୍ୟ। କାରଣ ଏହି ୧୧ ବର୍ଷର ବାଳିକା ମସ୍ତିଷ୍କ ଟ୍ୟୁମରରେ ପୀଡିତ। ତେବେ ଫ୍ଲୋରାଙ୍କ ଇଚ୍ଛା ଭବିଷ୍ୟତରେ ସେ ଜଣେ କଲେକ୍ଟର ଭାବେ ନିଜକୁ ଦେଖିବା ପାଇଁ।
ଫ୍ଲୋରାଙ୍କ ଏ ଇଚ୍ଛାକୁ ସମ୍ମାନ ଜଣାଇ ଅହମଦାବାଦର କଲେକ୍ଟର ସନ୍ଦିପ ସାଙ୍ଗଲେ ଫ୍ଲୋରାଙ୍କୁ ଶନିବାର ଦିନ ସେହି ସ୍ଥାନର (ଅହମଦାବାଦ) ଗୋଟିଏ ଦିନ ପାଇଁ କଲେକ୍ଟର ଭାବେ ନିଯୁକ୍ତ ଦେଇଛନ୍ତି। କଲେକ୍ଟର ସନ୍ଦୀପ ସାଙ୍ଗଲେ କହିଛନ୍ତି ଯେ ଅଗଷ୍ଟ ମାସରେ ଫ୍ଲୋରାଙ୍କ ସର୍ଜରୀ ହୋଇଥିଲା। ମେକ୍-ଏ-ୱିସ୍ ଫାଉଣ୍ଡେସନରୁ ଆମକୁ ଏକ ବାର୍ତ୍ତା ମିଳିଥିଲା ଯେଉଁଥିରେ ଲେଖା ଥିଲା ଯେ ମସ୍ତିଷ୍କ ଟ୍ୟୁମରରେ ପୀଡିତ ୧୧ ବର୍ଷର ଫ୍ଲୋରା କଲେକ୍ଟର ହେବାକୁ ଚାହୁଁଛନ୍ତି।
ସନ୍ଦୀପ ସାଙ୍ଗଲେ କହିଛନ୍ତି ଯେ ଆମେ ଏହା ପରେ ତାଙ୍କୁ ଗୋଟିଏ ଦିନ ପାଇଁ କଲେକ୍ଟର କରିବା ପାଇଁ ଫ୍ଲୋରାର ପିତାମାତାଙ୍କ ନିକଟକୁ ଯାଇଥିଲୁ, କିନ୍ତୁ ଅସ୍ତ୍ରୋପଚାର ପରେ ଶିଶୁ ଫ୍ଲୋରାର ଅବସ୍ଥା ଖରାପ ହୋଇଯାଇଥିବା ନେଇ ସେମାନେ ଅନିଚ୍ଛା ପ୍ରକାଶ କରିଥିଲେ କିନ୍ତୁ ଶେଷରେ ଆମେ ତାଙ୍କୁ ରାଜି କରାଇବାରେ ସମର୍ଥ ହୋଇଥିଲୁ। ତେବେ ଫ୍ଲୋରା ଭବିଷ୍ୟତରେ ଜଣେ କଲେକ୍ଟର ହୁଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ସନ୍ଦୀପ ସାଙ୍ଗଲେ।



