
କଟକ, ୨୦/୦୯/୨୧ (ଜିଲ୍ଲା ଖବର) : କଟକ ବାଦାମବାଡ଼ି ଭରତିଆ ଟାୱାରରୁ ତଳକୁ ପଡ଼ି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। କଟକ ଜିଲ୍ଲା କୁମ୍ଭାର ସାହି ଅଞ୍ଚଳର ରହୁଥିବା ଏହି ବ୍ୟକ୍ତିଙ୍କ ନାମ ବାମଧର ବଳ। ସେ ମାନସିକ ବିକୃତ ଅଟନ୍ତି। ଆଗରୁ ବି ଅନେକ ଥର ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ତେବେ ସେ ଆତ୍ମହତ୍ୟା କରିଛି କି ଗୋଡ଼ ଖସି ଯାଇଛି ସେ ନେଇ କିଛି ଜଣା ପଡି ନାହିଁ। ସେ ନେଇ ତଦନ୍ତ କରୁଛି ବାଦାମବାଡ଼ି ଥାନା ପୋଲିସ।



