Sunday, November 15, 2026
Home ଆଞ୍ଚଳିକ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି ‘ପିଏମ୍ ନରେନ୍ଦ୍ର ମୋଦି’ ବାୟୋପିକ୍ ଫିଲ୍ମ

ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି ‘ପିଏମ୍ ନରେନ୍ଦ୍ର ମୋଦି’ ବାୟୋପିକ୍ ଫିଲ୍ମ

9

ନୂଆଦିଲ୍ଲୀ,୨୦/୦୯/୨୧ (ଜିଲ୍ଲା ଖବର) : ଡିଜିଟାଲ ରିଲିଜ୍ ହେବାକୁ ଯାଉଛି ବିବେକ ଓବରୟଙ୍କ ଦ୍ବାରା ଅଭିନୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି’ । ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ ଏହାର ଡିଜିଟାଲ ଟ୍ରେଲର ସାମ୍ନାକୁ ଆସିଛି । ଏନେଇ ବିବେକ୍ କହିଛନ୍ତି ଯେ, ମୁଁ ଆମ ପ୍ରଧାନମନ୍ତ୍ରୀଙ୍କୁ ବହୁତ୍ ସମ୍ମାନ କରେ । ମୋ ପାଇଁ ବହୁତ୍ ସମ୍ମାନର କଥା ଯେ, ଏହି ସିନେମା ମାଧ୍ୟମରେ ମୁଁ ତାଙ୍କ କାହାଣୀକୁ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ସୁଯୋଗ ପାଇଛି ।

ଉମଙ୍ଗ କୁମାରଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ବିବେକ୍ ଓବରୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ କିଛି ଦର୍ଶା ଯାଇଛି , ଯାହାକୁ  ଦର୍ଶକଙ୍କ ହୃଦୟକୁ ଛୁଇଁବ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ : ୨୩ ସେପ୍ଟେମ୍ବରରେ ଫିଲ୍ମ’ପିଏମ୍ ନରେନ୍ଦ୍ର ମୋଦି’ ଏମଏକ୍ସ ପ୍ଲେୟରରେ ରିଲିଜ୍ ହେବ । ଏଥିରେ ବିବେକ ଓବରୟଙ୍କ ବ୍ୟତୀତ, ବରଖା ବିଷ୍ଟ, ଜରୀନା ବହାବ, ମନୋଜ ଯୋଶୀ, ବୋମନ ଇରାନୀ ମଧ୍ୟ ନଜର ଆସିବେ ।