
ନୂଆଦିଲ୍ଲୀ, ୨୦/୦୯/୨୧ (ଜିଲ୍ଲା ଖବର) : ହିନ୍ଦୁ ୟୁନିଭର୍ସିଟି ଅଫ୍ ଆମେରିକା, ପକ୍ଷରୁ ବଲିଉଡ ଅଭିନେତା ଅନୁପମ୍ ଖେରଙ୍କୁ , ହିନ୍ଦୁ ଅଧ୍ୟୟନ୍ ପାଇଁ ଡକ୍ଟରେଟ ଡିଗ୍ରୀରେ ସମ୍ମାନିତ କରାଯାଇଛି । ଏହି ସମ୍ମାନରେ ସମ୍ମାନିତ ହୋଇ ବେଶ ଖୁସି ହୋଇଛନ୍ତି ଅନୁପମ ଖେର ।
ଏକ ସାକ୍ଷାତକାରରେ ସେ କହିଛନ୍ତି, ପ୍ରଥମ ବ୍ୟକ୍ତି ଭାବେ ‘ହିନ୍ଦୁ ୟୁନିଭର୍ସିଟି ଅଫ୍ ଆମେରିକା’ ତରଫରୁ ଡକ୍ଟରେଟ୍ ଡିଗ୍ରୀ ମିଳିଥିବାରୁ ମୁଁ ନିଜକୁ ସମ୍ମାନିତ ମନେ କରୁଛି। ମୁଁ ବିଶ୍ୱାସ କରେ ଯେ ହିନ୍ଦୁତ୍ୱରୁ ଆମେ ଶାନ୍ତି ଏବଂ ଗ୍ରହଣର ମହତ୍ତ୍ୱ ବୁଝିପାରିବା । ମୁଁ ମୋର ଡକ୍ଟରେଟ୍ ଡିଗ୍ରୀ ସହିତ ଶାନ୍ତିର ବାର୍ତ୍ତା ପ୍ରସାର କରିବାକୁ ଚାହୁଁଛି ।
କେବଳ ଏତିକି ନୁହେଁ, ଏହା ସହିତ ସେ ଏକଥା ମଧ୍ୟ କହିଛନ୍ତି ଯେ, ମୋ ପାଇଁ ଏହା ଏକ ସମ୍ମାନଜନକ ଉପଲବ୍ଧି । ଏହି ଡିଗ୍ରୀ ମୋତେ ଦୁନିଆର ସବୁଠାରୁ ପୁରାତନ ସଂସ୍କୃତି ଏବଂ ହିନ୍ଦୁ ଧର୍ମର ଦର୍ଶନ ବିଷୟରେ କହିବାକୁ ସୁଯୋଗ ଦେଇଛି । ମୁଁ ହିନ୍ଦୁ ଧର୍ମର ଶିକ୍ଷା ସହିତ ବଢ଼ିଛି ଏବଂ ଏହାକୁ ବିଶ୍ୱାସ ମଧ୍ୟ କରେ ।


