Home ଅପରାଧ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ ଚାପାରେ ଜଣେ ମୃତ

ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ ଚାପାରେ ଜଣେ ମୃତ

3

କଟକ,୨୦/୦୯/୨୧ (ଜିଲ୍ଲା ଖବର) : କଟକ ବାଲିକୁଦାଛକରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ ଚାପାରେ ଜଣଙ୍କର ମୃତ୍ୟୁ ହୋଇଛି। ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ବୋଲି ଜଣା ପଡ଼ିଛି। ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି।

ପରିସ୍ଥିତି ଉତ୍ତେଜନା ଦେଖାଯାଇଛି। ସଦର ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁଛି। ଏକ ଘଣ୍ଟା ଧରି କଟକ ଭୁବନେଶ୍ୱର ମୁଖ୍ୟ ରାସ୍ତା ବନ୍ଦ ରହିଛି।