Saturday, November 14, 2026
Home ଆଞ୍ଚଳିକ ଆଜି ଦିନ ୧୧ଟାରେ ଶପଥଗ୍ରହଣ କାର୍ଯ୍ୟକ୍ରମ

ଆଜି ଦିନ ୧୧ଟାରେ ଶପଥଗ୍ରହଣ କାର୍ଯ୍ୟକ୍ରମ

5

୨୦/୦୯/୨୧ (ଜିଲ୍ଲା ଖବର) : ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚରଣଜିତ୍ ସିଂହ ଚନ୍ନି । କ୍ୟାପଟେନ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ଚରଣଜିତ ସିଂହଙ୍କୁ ଦଳର ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି। ପରେ ସେ ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବାକୁ ଦାବିପତ୍ର ଦେଇଥିବା ବେଳେ ଆଜି ସକାଳ ୧୧ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡିଛି।

କ୍ୟାପଟେନଙ୍କ ଇସ୍ତଫା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ରବିବାର ଦିନ ତମାମ କଂଗ୍ରେସ ପକ୍ଷରୁ କସରତ ଚାଲିଥିଲା। ଶେଷରେ ବିଧାୟକ ଦଳର ନିଷ୍ପତ୍ତି କ୍ରମେ କେନ୍ଦ୍ରୀୟ ନେତୃତ୍ବ ଚରଣଜିତଙ୍କ ନାଁରେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ଦୌଡରେ ନବଜୋତ ସିଂହ ସିଦ୍ଧୁ, ସୁନୀଲ ଝାକର, ସୁଖଜିନ୍ଦର ସିଂହଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା। ତେବେ ଶେଷରେ ଚରଣଜିତ ସିଂହଙ୍କ ନାଁ ଘୋଷଣା କରି କଂଗ୍ରେସ ଦଳିତ ଭୋଟକୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିବା ଚର୍ଚ୍ଚା ହେଉଛି। ୫୮ ବର୍ଷୀୟ ଚରଣଜିତ ସିଂହ ଅମରିନ୍ଦର ସରକାରରେ ବୈଷୟିକ ଶିକ୍ଷା, ତାଲିମ ଏବଂ ସଂସ୍କୃତି ମନ୍ତ୍ରୀ ରହିଥିଲେ।