Sunday, November 15, 2026
Home ଆଞ୍ଚଳିକ ପିପିଲି ଉପନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ପ୍ରଚାର ପ୍ରକ୍ରିୟା

ପିପିଲି ଉପନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ପ୍ରଚାର ପ୍ରକ୍ରିୟା

13

୨୦/୦୯/୨୧ (ଜିଲ୍ଲା ଖବର) : ପିପିଲି ଉପନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେବ ପ୍ରଚାର ପ୍ରକ୍ରିୟା। ଯାହାକୁ ନେଇ ୩ଦଳ ବିଜେଡି, ବିଜେପି, କଂଗ୍ରେସ ପକ୍ଷରୁ ସମସ୍ତ ତୟାରି ସରିଛି। ସେପ୍ଟେମ୍ବର ୩୦ରେ ଉପନିର୍ବାଚନ ହେବାକୁ ଥିବା ବେଳେ ଅକ୍ଟୋବର ୩ତାରିଖରେ ନିର୍ବାଚନ ଫଳାଫଳ ଆସିବ। ଯାହାକୁ ନେଇ ଆଜିଠୁ ପ୍ରଚାର ଜୋରଦାର କରିବାକୁ ୩ଦଳ ଅଣ୍ଟା ଭିଡିଛନ୍ତି।

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନଙ୍କ ଗାଇଡଲାଇନ ମାନି ପ୍ରଚାର କରିବାକୁ ରାଜନୈତିକ ଦଳ ମାନଙ୍କୁ ପରାମର୍ଶ ଦିଆଯାଇଛି । ତେବେ ପ୍ରଚାର ପ୍ରସ୍ତୁତିରେ ବିଜେଡି, ବିଜେପି ନିଜ ନିଜର ଷ୍ଟାର କ୍ୟାମ୍ପେନର ଘୋଷଣା କରି ସାରିଥିଲେ ମଧ୍ୟ କଂଗ୍ରେସ ଏଥିରେ ପଛରେ ରହିଥିବା ଦେଖିବାକୁ ମିଳିଛି।

ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ଥିବା ବେଳେ ବିଜେପି ମଧ୍ୟ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ପ୍ରଚାରରେ ସାମିଲ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ଏସବୁ ମଧ୍ୟରେ କଂଗ୍ରେସ ବର୍ତ୍ତମାନ ପର୍ଯ୍ୟନ୍ତ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିନଥିଲେ ମଧ୍ୟ ଦଳର ନେତା ମାନେ ମତଭେଦ ଭୁଲି ପ୍ରଚାର ପାଇଁ ଅଣ୍ଟା ଭିଡୁଥିବା କଂଗ୍ରେସ ପକ୍ଷରୁ ସୂଚନା ମିଳିଛି। କୋରୋନା ଯୋଗୁ ସମାବେଶ, ରାଲିରେ ଭିଡକୁ ମନା କରାଯାଇଥିବା ବେଳେ ଚଳିତ ଥର ଡିଜିଟାଲ ପ୍ରଚାର ଉପରେ ୩ଦଳ ଗୁରୁତ୍ୱ ଦେବେ ବୋଲି ଜଣାପଡିଛି।