Wednesday, October 14, 2026
Home ଅପରାଧ ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା, ଆଜି ବିଦ୍ୟା ଦେବେ ସତମିଛର ପରୀକ୍ଷା

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା, ଆଜି ବିଦ୍ୟା ଦେବେ ସତମିଛର ପରୀକ୍ଷା

7

୨୦/୦୯/୨୧ (ଜିଲ୍ଲା ଖବର) : ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା। ଡିଏଫଓ ଏବଂ ରୋଷୟାଙ୍କ ପରେ ଆଜି ବିଦ୍ୟାଭାରତୀ ଦେବେ ଲାଇ ଡିଟେକସନ ଟେଷ୍ଟ । ବିଦ୍ୟାଭାରତୀଙ୍କର ଆଜି ଲାଇଡିଟେକସନ ଟେଷ୍ଟ ହେବା ନେଇ ସୂଚନା ରହିଛି। ତେବେ ଘଟଣାର ଦୁଇ ମାସ ପରେ କ୍ରାଇମବ୍ରାଞ୍ଚ ଡିଏଫଓ , ରୋଷୟା, ବିଦ୍ୟାଭାରତୀଙ୍କ ଲାଇ ଡିଟେକସନ ଟେଷ୍ଟ କରୁଥିବା ବେଳେ ସୌମ୍ୟଙ୍କ ପରିବାର ଲୋକେ ଏହା ଉପରେ ସନ୍ଦେହ ପ୍ରକଟ କରିଛନ୍ତି।

ଏପରି କରି ସତ ଖୋଲିବା ବଦଳରେ କ୍ରାଇମବ୍ରାଞ୍ଚ ସତକୁ ଚାପି ଦେଉଛି, ଡିଏଫଓ ଏବଂ ବିଦ୍ୟାଭାରତୀଙ୍କୁ ସୁରକ୍ଷା ଦେବାକୁ ଏହା କ୍ରାଇବ୍ରାଞ୍ଚର ଷଡଯନ୍ତ୍ର ବୋଲି ମୃତ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ଅଭିଯୋଗ ଆଣିଛନ୍ତି । କ୍ରାଇମବ୍ରାଞ୍ଚ ବଦଳରେ ସିବିଆଇ ତଦନ୍ତ ହେଉ ବୋଲି ସେ ଦାବି ଦୋହରାଇଛନ୍ତି। ଯାହାକୁ ନେଇ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଏବଂ ଏଡିଜି ସଞ୍ଜୀବ ପଣ୍ଡା ଏବେ ବିବାଦକୁ ଆସିଛନ୍ତି।