Saturday, October 17, 2026
Home ଆଞ୍ଚଳିକ ସୁରଭି କାର୍ଯ୍ୟକ୍ରମରେ ପ୍ରଥମ

ସୁରଭି କାର୍ଯ୍ୟକ୍ରମରେ ପ୍ରଥମ

104

ଆସିକା (ଜିଲ୍ଲା ଖବର) : ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରି ଆସିକା ଅଞ୍ଚଳର ଗୌରବ ବହନ କରିଛନ୍ତି ବକ୍ତୃତା ରାଣୀ ଖୁସି। ଆସିକା ବ୍ଳକ ଅନ୍ତର୍ଗତ ବାଲିସିରା ପଞ୍ଚାୟତର ନବମ ଶ୍ରେଣୀରେ ପଢୁଥିବା ଏହି ଛାତ୍ରୀ ଜଣକ ସିଦ୍ଧେଶ୍ଵର ଉଚ୍ଚ ବିଦ୍ୟାଳୟ ବାଲିସିରାକୁ ପ୍ରତିନିଧିତ୍ବ କରି ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ବକ୍ତୃତା ପ୍ରତିଯୋଗିତାରେ ଗଂଜାମ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ଆସିକା ଅଞ୍ଚଳର ଗୌରବ ବହନ କରିଥିବାରୁ ,ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଖୁସିର ଏହି ସଫଳତା ପଛରେ ଏକ୍ସଲେଣ୍ଟ କୋଚିଂ ସେଣ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ସିଦ୍ଧେଶ୍ଵର ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରେରଣା ଓ ଶୁଭେଚ୍ଛା ରହିଥିବା ଜଣାପଡ଼ିଛି। ଶିକ୍ଷା ବିଭାଗର ଏହି ସୁରଭି କାର୍ଯ୍ୟକ୍ରମ ଫଳରେ ଖୁସି ଭଳି ଲୁକାୟିତ ପ୍ରତିଭା ପ୍ରସ୍ଫୁଟିତ ହୋଇ ସମାଜରେ ନୂତନ ଆଶାର ସଞ୍ଚାର କରିବାରେ ସଫଳ ହୁଅନ୍ତି। ଏହି ଅବସରରେ ଖୁସିକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟି ଆସୁଛି।

ରିପୋର୍ଟର ରତ୍ନାକର ସିଅ