
ନୂଆଦିଲ୍ଲୀ , ୨୦/୦୯/୨୧ (ଜିଲ୍ଲା ଖବର) : ଟେଲି ଦୁନିଆଁର ଜଣାଶୁଣା ଦମ୍ପତ୍ତିଙ୍କ ମଧ୍ୟରେ ପ୍ରିନ୍ସ ନରୁଲା ଏବଂ ୟୁଭିକା ଚୌଧୁରୀ, ଦୁହେଁ ନିଜର ବୈବାହିକ ଜୀବନକୁ ନେଇ ବେଶ ଖୁସି ଅଛନ୍ତି । ଦର୍ଶକଙ୍କ ମଧ୍ୟ ତାଙ୍କ ଯୋଡିକୁ ବେଶ ପସନ୍ଦ କରନ୍ତି । ଏହାରି ମଧ୍ୟରେ ତାଙ୍କର ବେବି ପ୍ଲାନିଂ ବିଷୟରେ ଜାଣିବାକୁ ଫ୍ୟାନ୍ସମାନେ ବେଶ ଆଗ୍ରହୀ ଅଛନ୍ତି । ଏହାକୁ ନେଇ ତାଙ୍କୁ ଅନେକ ପ୍ରଶ୍ନ ମଧ୍ୟ କରିଛନ୍ତି । ତେବେ ନିକଟରେ ୟୁଭିକା ଚୌଧୁରୀ ଏକ ସାକ୍ଷାତକାରରେ ତାଙ୍କର ଆଗାମୀ ପ୍ଲାନିଂକୁ ନେଇ କହିଥିଲେ ।
ସେ କହିଥିଲେ ଯେ, କରୋନା ସମୟରେ ପିଲା ଜନ୍ମ କରିବା ବହୁତ୍ କଷ୍ଟକର । ଏହା ସହିତ ସେ ସେହି ମହିଳା ମାନଙ୍କୁ ସାଲ୍ୟୁଟ କରିଛନ୍ତି, ଯେଉଁମାନେ ଏହାରି ମଧ୍ୟରେ ପିଲାଜନ୍ମ କରିଛନ୍ତି । ତାଙ୍କ କହିବା ଅନୁଯାୟୀ, କରୋନା ସମୟରେ ଗର୍ଭବତୀ ହେବା ବହୁତ୍ ଭୟଙ୍କର । ମତେ ଆଶ୍ଚର୍ଯ୍ୟ ଲାଗେ, ଯେ ସେହି ମହିଳା ମାନେ କେମିତି ପୁରା ଦିନ ଘରେ ରୁହନ୍ତି । ସେମାନେ ତ ସେତେବେଳେ କୁଆଡେ ବାହାରକୁ ମଧ୍ୟ ବାହାରି ପାରିବେ ନାହିଁ ।
ଆଗକୁ ସେ ଏକଥା ମଧ୍ୟ କହିଛନ୍ତି ଯେ, ସେ ଏବଂ ପ୍ରିନ୍ସ ଆଗକୁ ଫ୍ୟାମିଲି ପ୍ଲାନିଂ କଥା ଭାବିଛନ୍ତି, କିନ୍ତୁ ତାଙ୍କୁ ଏବେ ଆଉ କିଛି ସମୟ ଦରକାର । ଏହା ସହିତ ସେ କହିଛନ୍ତି ଯେ , ସନ୍ତାନ ହେବାର ଥିଲେ ହେବ। ଲୋକମାନେ ପ୍ଲାନିଂ କରି କରି ଦୁଇ-ତିନି ବର୍ଷ ବିତାଇ ଦିଅନ୍ତି। ଆମେ ମଧ୍ୟ ପରିବାର ସଂପୂର୍ଣ୍ଣ କରିବାକୁ ଚାହୁଁ, କିନ୍ତୁ ବର୍ତ୍ତମାନ ନୁହେଁ।


