Wednesday, November 11, 2026
Home ଆଞ୍ଚଳିକ ଆଜି ସୋମବାର, ଜାଣନ୍ତୁ କାହିଁକି ଭଗବାନ ଶିବ ସର୍ବଦା ନିଜ ଶରୀରରେ ଭସ୍ମ ଲଗାନ୍ତି ?

ଆଜି ସୋମବାର, ଜାଣନ୍ତୁ କାହିଁକି ଭଗବାନ ଶିବ ସର୍ବଦା ନିଜ ଶରୀରରେ ଭସ୍ମ ଲଗାନ୍ତି ?

10

୨୦/୦୯/୨୧ (ଜିଲ୍ଲା ଖବର) : ଆଜି ସୋମବାର । କୁହାଯାଏ ସୋମବାର ହେଉଛି ଦେବ ଦେବ ମହାଦେବଙ୍କ ଦିନ। ଏହି ଦିନ ଶିବଙ୍କୁ ପୂଜା କରାଯାଏ। ସୁଖୀ ଦାମ୍ପତ୍ୟ ଜୀବନ ତଥା ସନ୍ତାନ ପ୍ରାପ୍ତି ପାଇଁ ଏହିଦିନ ଭଗବାନ ଶିବ ଓ ମା’ପାର୍ବତୀଙ୍କୁ ପୂଜା କରାଯାଏ । ଭଗବାନ ଶିବଙ୍କୁ ଧଳାଫୁଲ, ବେଲପତ୍ର ଚଢାଇବା ସହ ଶିବସ୍ତୋତ୍ର, ଶିବଚାଳିଶା, ରୁଦ୍ରାଷ୍ଟକ ମନ୍ତ୍ର ଜପ କରାଯାଏ । ମହାଦେବଙ୍କର ଅନେକ କଥା ରହିଛି । ସେଥିମଧ୍ୟରୁ ଭସ୍ମ, ଭଗବାନ ଶିବଙ୍କର ପ୍ରିୟ ଅଟେ କାହିଁକି ଜାଣିଛନ୍ତି କି ? ଆଜି ଆମେ ଧର୍ମକଥାରେ ସେ ବିଷୟରେ ଜାଣିବା ।

ଭଗବାନ ଶିବ ସର୍ବଦା ନିଜ ଶରୀରରେ ଭସ୍ମ ଲଗାଇଥାନ୍ତି। କେଉଁ କାରଣରୁ ଭଗବାନ ଶିବ ନିଜ ଶରୀରରେ ଭସ୍ମ ଲଗାଇଥାନ୍ତି ଓ ଏହି ଭସ୍ମ କେଉଁ ଜିନିଷର ପ୍ରତୀକ ଅଟେ। ପୁରାଣ ଶାସ୍ତ୍ର ଅନୁସାରେ, ଭଗବାନ ଶିବଙ୍କ ବିବାହ ମାତା ସତୀଙ୍କ ସହ ହୋଇଥିଲା। ମାତା ସତୀଙ୍କ ପିତା ହେଉଛନ୍ତି ଦକ୍ଷ। ଯିଏ କି ରାଜା ଅଟନ୍ତି । ସେ ଭଗବାନ ଶିବଙ୍କୁ ପସନ୍ଦ କରୁନଥିଲେ ଓ ସେ ଯେକୌଣସି ପରିସ୍ଥିତିରେ ମଧ୍ୟ ନିଜ ପୁତ୍ରୀ ସତୀଙ୍କୁ ଶିବଙ୍କ ସହ ବିବାହ କରାଇବାକୁ ଚାହୁଁ ନଥିଲେ। କିନ୍ତୁ ନିଜ ଝିଅର ଜିଦ୍ଦି ସାମ୍ନାରେ ରାଜା ଦକ୍ଷପ୍ରଜାପତି ହାରି ଯାଇଥିଲେ ଓ ପରିଶେଷରେ ସେ ମାତା ସତୀଙ୍କ ବିବାହ ଭଗବାନ ଶିବଙ୍କ ସହ ହୋଇଥିଲା । ବିବାହ କରିବା ପରେ ଦକ୍ଷ ରାଜା ନିଜ ଘରେ ଏକ ବଡ ଯଜ୍ଞର ଆୟୋଜନ କରିଥିଲେ । କିନ୍ତୁ ଏହି ଯଜ୍ଞ ଭଗବାନ ଶିବଙ୍କୁ ନିମନ୍ତ୍ରଣ କରିନଥିଲେ। ବାପାଙ୍କ ତରଫରୁ ନିମନ୍ତ୍ରଣ ନଆସିଥିବାରୁ ମାତା ସତୀ ଭାବିଲେ ଯେ, ବୋଧ ହୁଏ ବାପା ଆମକୁ ନିମନ୍ତ୍ରଣ କରିବାକୁ ଭୁଲିଯାଇଥିଲେ।

ମାତା ସତୀ, ଭଗବାନ ଶିବଙ୍କୁ କହିଥିଲେ, ବାପାଙ୍କ ଆୟୋଜିତ ଯଜ୍ଞକୁ ଯିବି । କିନ୍ତୁ ଭଗବାନ ଶିବ ସେହି ଯଜ୍ଞକୁ ଯିବାକୁ ମାତା ସତୀଙ୍କୁ ଅନୁମତି ଦେଇନଥିଲେ। ମାତା ସତୀ ଭଗବାନ ଶିବଙ୍କ କଥାକୁ ନମାନି , ସେ ଯଜ୍ଞକୁ ଯାଇଥିଲେ। ଯେତେବେଳେ ମାତା ସତୀ ସେଠାରେ ପହଞ୍ଚିଲେ, ଦକ୍ଷ ରାଜା ସତୀଙ୍କୁ ଦେଖି ବହୁତ କ୍ରୋଧିତ ହୋଇଗଲେ ଓ ଭଗବାନ ଶିବଙ୍କୁ ବହୁତ ନିନ୍ଦା କରିଥିଲେ । ଯେଉଁ କଥା ଗୁଡ଼ିକୁ ଶୁଣି ମାତା ସତୀଙ୍କୁ ବହୁତ କଷ୍ଟ ହେଇଥିଲା । ଭଗବାନ ଶିବଙ୍କ କଥାକୁ ନ ମାନି ଆସିଥିବାରୁ ସେ ବହୁତ ଦୁଃଖିତ ହୋଇପଡିଲେ ଓ ଯଜ୍ଞ କୁଣ୍ଡରେ ନିଜ ଶରୀରକୁ ଝାସ ଦେଇଦେଲେ ।

ଯେତେବେଳେ ଭଗବାନ ଶିବ ଏହି ବିଷୟରେ ଜାଣିଲେ, ତୁରନ୍ତ ରାଜା ଦକ୍ଷ ପ୍ରଜାପତିଙ୍କ ଆୟୋଜିତ ଯଜ୍ଞ ପୀଠରେ ଉପସ୍ଥିତ ହୋଇଗଲେ ଓ ରାଜା ଦକ୍ଷଙ୍କୁ ଉଚିତ ଦଣ୍ଡ ଦେଇଥିଲେ । ମାତା ସତୀଙ୍କ ଜଳୁଥିବା ଶରୀରକୁ ନିଜ ହାତରେ ନେଇଗଲେ । ଭଗବାନ ଶିବ ବହୁତ ଦୁଃଖ ହୋଇ ମାତା ସତୀଙ୍କ ଜଳୁଥିବା ଶରୀରକୁ ସାରା ବ୍ରହ୍ମାଣ୍ଡକୁ ନେଇ ବୁଲିବାରେ ଲାଗିଲେ । ଭଗବାନ ଶିବଙ୍କ ଏହି ଦୁଃଖଦ ଅବସ୍ଥା ଦେଖି ଦେବୀ ଓ ଦେବତାଗଣ ଚିନ୍ତିତ ହୋଇଗଲେ ଓ ସୃଷ୍ଟି ବିପଦରେ ଥିବାର ଅନୁଭବ କରିଥିଲେ । ସେତେବେଳେ ଭଗବାନ ବିଷ୍ଣୁ ମାତା ସତୀଙ୍କୁ ଛୁଇଁ ତାହାକୁ ଭସ୍ମ କରି ଦେଇଥିଲେ ।

ଯାହାପରେ ଭଗବାନ ଶିବ ଏହି ଭସ୍ମକୁ ନିଜ ଶରୀରରେ ଲଗାଇ ଦେଲେ । କିନ୍ତୁ ପୁରାଣରେ ମାତା ସତୀଙ୍କ ଶରୀର ଭସ୍ମ ହେବା ଛଡ଼ା ଏହି କଥାର ମଧ୍ୟ ବିବରଣୀ ମିଳିଥାଏ କି, ମାତା ସତୀଙ୍କ ଶରୀରକୁ ଭଗବାନ ବିଷ୍ଣୁ ନିଜ ସୁଦର୍ଶନ ଚକ୍ର ଦ୍ୱାରା ଖଣ୍ଡ ବିଖଣ୍ଡିତ କରିଦେଇଥିଲେ । ଯାହା ଭିନ୍ନ ଭିନ୍ନ ସ୍ଥାନରେ ପଡିଥିଲା ଓ ଯେଉଁ ଜାଗାରେ ତାହା ପଡିଲା, ସେଠାରେ ମାତାଙ୍କ ଶକ୍ତିପୀଠର ସ୍ଥାପନ ହୋଇଥିଲା ।

ମାନ୍ୟତା ଅନୁସାରେ ଭଗବାନ ଶିବ, କୈଳାସ ପର୍ବତରେ ରୁହନ୍ତି ଓ ସେଠାରେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ନିଜ ଶରୀରରେ ଭସ୍ମ ଲଗାଉଥିଲେ । ଯେତେବେଳେ କି ଏହା ମଧ୍ୟ କୁହାଯାଏ କି, ଭଗବାନ ଶିବ ଭସ୍ମ ଜରିଆରେ ମନୁଷ୍ୟକୁ ଏହା କୁହନ୍ତି କି ଜୀବନର ଅନ୍ତରେ ସମସ୍ତେ ଭସ୍ମ ହୋଇଯାନ୍ତି ଓ ଜୀବନର କୌଣସି କୋଣ ଶେଷ ରହି ନଥାଏ ।