
ଭୁବନେଶ୍ୱର,୨୦/୦୯/୨୧ (ଜିଲ୍ଲା ଖବର) : ସତ ମିଛର ପରୀକ୍ଷା ଦେବେ ବିଦ୍ୟାଭାରତୀ । ବିଦ୍ୟାଭାରତୀଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ । ଭୁବନେଶ୍ୱରରେ ଲାଏ ଡିଟେକ୍ସନ ପାଇଁ ପହଞ୍ଚିଲେ ବିଦ୍ୟାଭାରତୀ। ନିଜ ବାପାଙ୍କ ସହ SFSLରେ ସେ ପହଞ୍ଚିଥିବା ସୂଚନା ମିଳିଛି । କିଛିଦିନ ତଳେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କର ଲାଏ ଡିଟେକ୍ଟସନ ଟେଷ୍ଟ କରାଯାଇଥିଲା।
ଏହାପରେ ଆଜି ବିଦ୍ୟାଭାରତୀଙ୍କର ଲାଏ ଡିଟେକ୍ଟସନ ଟେଷ୍ଟ କରାଯିବ। ଏସିଏଫ ସୌମ୍ୟ ମୃତ୍ୟୁ ମାମଲାକୁ ୨ମାସ ଉପରେ ହେଲାଣି। କିନ୍ତୁ ଏଯାଏ ମୃତ୍ୟୁ ଉପରୁ ହଟୁନି ପରଦା। ଯାହାକୁ ନେଇ ବିବାଦକୁ ଆସିଛି ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଓ ଗୃହ ବିଭାଗ। ଏପରିକି ଡିଏଫଓଙ୍କ ସୁରକ୍ଷାରେ ପାୱାରଫୁଲ କ୍ୟାବିନେଟ ମିଷ୍ଟର ବିକ୍ରମ କେଶରୀ ଆରୁଖ ଲାଗିଥିବାର ସଙ୍ଗୀନ ଅଭିଯୋଗ ରହିଛି।


