Sunday, November 15, 2026
Home ଆଞ୍ଚଳିକ ମୋବାଇଲ ନେଟୱର୍କ ପାଇଁ ନିଜସ୍ଵ ଖର୍ଚ୍ଚ ରେ ତାର ବିଛେଇଲେ ଗ୍ରାମବାସୀ

ମୋବାଇଲ ନେଟୱର୍କ ପାଇଁ ନିଜସ୍ଵ ଖର୍ଚ୍ଚ ରେ ତାର ବିଛେଇଲେ ଗ୍ରାମବାସୀ

16

୧୯/୯,(ଜିଲ୍ଲା ଖବର):
ଗୋଛପଡ଼ା ରେ ବିଏସଏନେଲ ମୋବାଇଲ ଟାୱାର ଥିଲେ ମଧ୍ୟ ଦୀର୍ଘଦିନ ଧରି ଅଚଳାବସ୍ଥା ଯୋଗୁଁ ମିଳିତ ନାଗରିକ ମଞ୍ଚ କମିଟି ପକ୍ଷରୁ ନିଜସ୍ଵ ଖର୍ଚ୍ଚ ରେ ମୋବାଇଲ ନେଟୱର୍କ ବ୍ୟବସ୍ଥା ପାଇଁ କଟ୍ରୀଙ୍ଗୀୟା ଠାରୁ ଗୋଛାପଡ଼ା 14 କିଲୋମିଟର ପର୍ଯ୍ୟନ୍ତ ଦୁଇଟି ଜେସିବି ମେସିନ୍ ସାହାଯ୍ୟ ରେ ଖୋଳି ତାର ବିଛାଇଛନ୍ତି।ଦୀର୍ଘଦିନ ଧରି ଗୋଛାପଡ଼ା ରେ ବିଏସଏନେଲ ନେଟୱର୍କ ଅଚଳାବସ୍ଥା ଯୋଗୁଁ ରହୁଥିବା ସ୍ଥାନୀୟ ବାସିନ୍ଦା ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି।ମେଡିକାଲ୍ ସମସ୍ୟା ଠାରୁ ଆରମ୍ଭ କରି ବ୍ୟାଙ୍କ୍ ସମସ୍ୟା ,ଅନଲାଇନ ଯୋଗେ ପିଲାମାନଙ୍କ ପାଠପଢା ରେ ବାଧାପ୍ରାପ୍ତ ହୋଇଥିବାରୁ ଏପରିକି ଅନେକଥର ସ୍ବାସ୍ଥ୍ୟ ଜନିତ ସମସ୍ୟା ଉପୁଜିଲେ ଆମ୍ବୁଲାନ୍ସ କୁ ଖବର ଦେବ ପାଇଁ 14 କିଲୋମିଟର ଦୂର କଟ୍ରିଙ୍ଗୀୟା କୁ ଆସିବାକୁ ପଡ଼ିଥାଏ।ଯାହାଫଳରେ ଗୋଛାପଡ଼ା ଆଠ ଗୋଟି ପଞ୍ଚାୟତ କୁ ନେଇ ଗଠିତ ମିଳିତ ନାଗରିକ ମଞ୍ଚ କମିଟି ପକ୍ଷରୁ ବହୁବାର ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକ ଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଏହାପରେ ବାଧ୍ୟ ହୋଇ ଆଠଗୋଟି ପଞ୍ଚାୟତ ର ଗ୍ରାମବାସୀ ମିଳିତ ଭାବେ କିଛି ଅର୍ଥ ସଂଗ୍ରହ କରି ନିଜସ୍ଵ ଖର୍ଚ୍ଚ ରେ ଜେଶିବି ମେସିନ୍ ଲଗାଇ ଖୋଳୀବା ସହ ତାର ବିଛାଇଚନ୍ତି |
କନ୍ଧମାଳ ଗୋଚ୍ଛlପଡା ରୁ ଗୌର ପ୍ରସାଦ ଙ୍କ ସହ ପ୍ରତାପ ଦିଗାଲ ଙ୍କ ରିପୋର୍ଟ୍ ଜିଲ୍ଲା ଖବର