Sunday, November 15, 2026
Home ଆଞ୍ଚଳିକ ବିଧାୟକ ବିଭିନ୍ନ ଗ୍ରାମ ପରିଦର୍ଶନ କରି ଜନ ସାଧାରଣଙ୍କ ସମସ୍ୟା ବୁଝିଥିଲେ

ବିଧାୟକ ବିଭିନ୍ନ ଗ୍ରାମ ପରିଦର୍ଶନ କରି ଜନ ସାଧାରଣଙ୍କ ସମସ୍ୟା ବୁଝିଥିଲେ

45

ବାଲିଗୁଡା,୧୯/୯(ଜିଲ୍ଲା ଖବର):
ବାଲିଗୁଡା ବିଧାୟକ ଚକ୍ରମଣି କହଁର ଗତକାଲି ତୁମୁଡିବନ୍ଧ ବ୍ଲକ ଗସ୍ତ କରି ମୁଣ୍ଡିଗଡ ଗ୍ରାମ ପଞ୍ଚାୟତ ଠାରେ ମିଶନ ଜୀବିକା (ITDA) ବାଲିଗୁଡା ଦ୍ୱାରା 49 ଜଣ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ମଟର ପମ୍ପ ସେଟ ବଣ୍ଟନ କରିଥିଲେ ଏବଂ ମୁଣ୍ଡିଗଡ ଗ୍ରାମ ପଞ୍ଚାୟତ ସେସାରଗାଁର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା୰ ମେଲଟା ପାଟମାଝୀ ଏବଂ ଚମ୍ପା ମୁଠାମାଝୀଙ୍କ ପରିବାର ବର୍ଗଙ୍କୁ ସାକ୍ଷାତ କରି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ତା ସହିତ ତୁମୁଡିବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି 5T ସ୍ମାର୍ଟ କ୍ଲାସ ରୁମ ପାଇଁ ଭିତ୍ତିଭୂମିର ସମୀକ୍ଷା କରି ମୁଣ୍ଡିଗଡ଼ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରି ଜନ ସାଧାରଣଙ୍କ ସମସ୍ୟା ବୁଝିଥିଲେ ।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ