
ନୂଆଦିଲ୍ଲୀ, ୧୯/୦୯/୨୧ (ଜିଲ୍ଲା ଖବର) : ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍ ଜୋନାସଙ୍କ ଏକ ଫଟୋକୁ ନେଇ ନିକଟରେ ଚର୍ଚ୍ଚା ଯୋର ଧରିଛି । ସେ ଫଟୋରେ ନିକ୍ ଟ୍ରାଡିସନାଲ ଡ୍ରେସରେ ନଜର ଆସୁଛନ୍ତି । ତାଙ୍କର ଏହି ଫ୍ୟାଶନ ଷ୍ଟାଇଲ ସମସ୍ତଙ୍କ ଦୃଷ୍ଟି ଆକର୍ଷଶ କରୁଛି । ନିକ୍ ତାଙ୍କର ଏକ ପରଫରମାନ୍ସ ପରେ କିଛି ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ଟ୍ରାଡିସନାଲ ଡ୍ରେସରେ ନଜର ଆସିଥିଲେ ।
ତାଙ୍କ ସାର୍ଟରେ ବିଭିନ୍ନ ରଙ୍ଗର ଡିଜାଇନ ହୋଇଥିଲା । ଏହି ସାର୍ଟ ସହିତ ସେ ଲାଲ୍ ରଙ୍ଗର ପ୍ୟାଣ୍ଟ ପିନ୍ଧିଥିଲେ । ଆଉ ତା ସାଙ୍ଗକୁ ଲାଲ୍ ରଙ୍ଗର ଜୋତା । ଏଥିରେ ସେ ଏକଦମ୍ ଜବରଦସ୍ତ ଲୁକରେ ନଜର ଆସୁଥିଲେ । ଏହି ଫଟୋ ସେୟାର କରି ସେ କ୍ୟାପ୍ସନରେ ଲେଖିଥିଲେ ଯେ,’ ଗତ ରାତି ସେଣ୍ଟ ଲୁଇସରେ। ତାହା ଚମତ୍କାର! ଏକ ଅଦ୍ଭୁତ ଶୋ’ ପାଇଁ ସମସ୍ତଙ୍କୁ ଧନ୍ୟବାଦ’ ।
କିଛିଦିନ ପୂର୍ବରୁ ନିକ୍ ଏହି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ତେବେ ଫଟୋରେ ଭାରତର ଲୋକଙ୍କୁ ଏକ ବିଶେଷ ଜିନିଷ ନଜର ଆସିଛି। ସେମାନଙ୍କୁ ଗାୟକଙ୍କ ସାର୍ଟ ପ୍ରସିଦ୍ଧ ସୋଲାପୁରୀ କମ୍ବଳ ପରି ଦେଖାଯାଉଛି। ଜଣେ ଇନଷ୍ଟାଗ୍ରାମ ୟୁଜର୍ ଲେଖିଛନ୍ତି, ‘ଏହି ସାର୍ଟ ବାସ୍ତବରେ ଭାରତୀୟ କମ୍ବଳରେ ପ୍ରସ୍ତୁତ।’ ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, ‘ଏହା ସୋଲାପୁରର ଏକ ବେଡସିଟ୍।’ ନିକଙ୍କ ଏହି ଲୁକ୍ ଇଣ୍ଟରନେଟରେ ବେଶ ଭାଇରାଲ ହେବାରେ ଲାଗିଛି।


