
ସମ୍ବଲପୁର,୧୯/୦୯/୨୧ (ଜିଲ୍ଲା ଖବର) : ବନ୍ଦ ହେଲା ହୀରାକୁଦର ଆଉ 4ଟି ଗେଟ୍ । ସକାଳେ ୪ଟି ଗେଟ୍ ବନ୍ଦ ହୋଇଥିବାବଳେ ଏବେ ଆଉ ୪ଟି ଗେଟକୁ ବନ୍ଦ କରାଯାଇଛି । ବର୍ତ୍ତମାନ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଜଳସ୍ତର ହ୍ରାସ ପାଉଥିବାରୁ ପର୍ଯ୍ୟାୟକ୍ରମେ ଗେଟ ବନ୍ଦ କରାଯାଉଛି ।
ପୂର୍ବରୁ ୨୮ଟି ଗେଟ୍ ଯୋଗେ ଜଳ ନିଷ୍କାସନ ହେଉଥିବାବେଳେ ପର୍ଯ୍ୟାୟ କ୍ରମେ ୨୪ଟି ଗେଟ୍ ବନ୍ଦ ହେଲାଣି । ସକାଳ ୯ଟା ସୁଦ୍ଧା ଜଳସ୍ତର ୬୨୮. ୩୩ ଘନ ଫୁଟ ରହିଥିଲା । ସେକେଣ୍ତ ପ୍ରତି ୨ ଲକ୍ଷ ୨୫ ହଜାର ୩୧୮ କ୍ୟୁସେକ ଜଳ ପ୍ରବେଶ କରୁଛି ।


