
ନୂଆଦିଲ୍ଲୀ,୧୯/୦୯/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ୍ କୁନ୍ଦ୍ରା ଏବେ ଜେଲରେ ଅଛନ୍ତି । ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ ଏବଂ ଅପଲୋଡ କରିବା ମାମଲାରେ ସେ ଗିରଫ ହୋଇଛନ୍ତି । ଏବେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି ଶିଳ୍ପା ଶେଟ୍ଟୀ । ଆଉ ଏହାରି ମଧ୍ୟରେ ସେ ଏଥିରୁ ବାହାରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି । କିଛି ଦିନ ସୋସିଆଲ ମିଡିଆରୁ ନିଜକୁ ଦୂରେଇ ରଖିଥିଲେ ଶିଳ୍ପା ଶେଟ୍ଟୀ । ହେଲେ ଏବେ ପୁଣି ଇନଷ୍ଟାଗ୍ରାମରେ ଆକ୍ଟିଭ୍ ହୋଇ ଯାଇଛନ୍ତି ସେ ।
ନିକଟରେ ଶିଳ୍ପା ତାଙ୍କ ଇନଷ୍ଟା ଷ୍ଟୋରିରେ ବହିର ଏକ ପୃଷ୍ଠା ଶେୟାର କରିଛନ୍ତି। ଯାହାକୁ ସେ ତାଙ୍କ ଦିନ ଏବଂ ସପ୍ତାହ ଶେଷର ଆରମ୍ଭକୁ ‘ନୂଆ ଅନ୍ତ’ ଲେଖି ସମ୍ବୋଧିତ କରିଛନ୍ତି।
ଶିଳ୍ପା ସେଟ୍ଟୀଙ୍କ ନୋଟ ବୁକରେ ଲେଖାଯାଇଛି, କେହି ବି ପଛକୁ ଯାଇ ନୂଆ ଆରମ୍ଭ କରିପାରନ୍ତି ନାହିଁ। କିନ୍ତୁ ଏବେଠୁ ଆରମ୍ଭ କରି ଏକ ନୂଆ ଅନ୍ତ କରିପାରିବ। ନୋଟରେ ଆଗକୁ କୁହାଯାଇଛି ଯେ, କିଭଳି ମଣିଷ ନିଜର ଭୁଲ ନିଷ୍ପତ୍ତି, ଭୁଲ କାମ ବିଷୟରେ ଭାବିବା ଓ ବିଶ୍ଳେଷଣ କରିବାରେ ସମୟ ନଷ୍ଟ କରିଦିଏ ଏବଂ ‘ଯଦି’ ଭଳି ଶବ୍ଦରେ ସୀମିତ ରହିଯାଏ।
ପୋଷ୍ଟ ସେୟାର କରି ଶିଳ୍ପା ଲେଖିଛନ୍ତି, ‘କିଛି ଭୁଲ ନିଷ୍ପତ୍ତି ନେଇଥିଲି। କିନ୍ତୁ ମୋ ଅତିତରୁ ମୁଁ ଆଗକୁ ବଢ଼ିବାକୁ ଚାହୁଁଛି। ନିଜ ଭୁଲ୍କୁ ଦୋହରାଇବା ପାଇଁ ଚାହୁଁନି। ତାକୁ ସ୍ୱୀକାର କରି ମୁଁ ଆଗକୁ ବଢ଼ିବାକୁ ଚାହୁଁଛି। ମୁଁ ଚାହିଁଲେ ବି ମୋ ଭୁଲ୍ ସୁଧାରି ପାରିବିନି।’


