
ଗଞ୍ଜାମ,୧୯/୦୯/୨୧ (ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜାତୀୟ ପତାକାକୁ ଅସମ୍ମାନ । ପରିତ୍ୟକ୍ତ କଠୋରୀରେ ଜାତୀୟ ପତାକାକୁ ପୋଛା କପଡା ଭାବେ ବ୍ୟବହୃତ ହୋଇଥିବା ନେଇ ଅଭିଯୋଗ ହୋଇଛି ।
ଅଭିଯୋଗ ଆଧାରରେ କିଛି ଗଣମାଧ୍ୟମ ପ୍ରତିନିଧି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଲାବେଳେ ସେଠାରେ ଜାତୀୟ ପତାକାକୁ ଏକ୍ସରେ ମେସିନ ଉପରେ ଘୋଡାଇ ଥିବାର ଦେଖିବାକୁ ମିଳିଥିଲା । ଏହାସହ ଉକ୍ତ କୋଠରୀରେ ବହୁ ମାତ୍ରାରେ ଔଷଧ, ବଟିକା, ସାଲାଇନ ଓ ଇଞ୍ଜେକସନ ସିରିଞ୍ଜ ତଳେ ପରିତ୍ୟକ୍ତ ଭାବେ ପଡ଼ିଥିବା ଦେଖିବାକୁ ମିଳିଥିଲା ।
ସ୍ୱାସ୍ଥ୍ୟକେନ୍ଦ୍ର ଗୋଷ୍ଠୀ କାର୍ଯ୍ୟକ୍ରମ ପ୍ରବନ୍ଧକ ରବି ନାରାୟଣ ସାହୁଙ୍କ ସହ ଯୋଗାଯୋଗ ପରେ ସେ ନିଜେ ଆସି ଜାତୀୟ ପତାକାକୁ ଉଠାଇ ରଖିଥିଲେ । ଆଉ ଦୋଷ ଘଉଡାଇବାକୁ ଯାଇ ପତାକାକୁ ଅସମ୍ମାନ ହୋଇଥିବା ସ୍ବୀକାର କରିଛନ୍ତି । ସଦ୍ୟ ବ୍ୟବହୃତ ଜାତୀୟ ପତାକା ପୁରୁଣା ହୋଇଯାଇଥିବାରୁ କେହି ଭୁଲରେ ଏପରି ବ୍ୟବହାର କରିଥିବା ଗଣମାଧ୍ୟମକୁ ପ୍ରତିକ୍ରିୟାରେ ସେ କହିଛନ୍ତି ।


