
୧୯/୦୯/୨୧ (ଜିଲ୍ଲା ଖବର) : କୋଭିଡ୍ ନିୟମ ଭାଙ୍ଗି ବିଳମ୍ବିତ ରାତି ଯାଏ ଡ୍ୟାନ୍ସ ବାର ଚାଲିବା ଘଟଣା । ସିଲ ହେଲା ୨ ବାର୍ । ଦୁଇ ବାର୍ ମାଲିକଙ୍କ ସହ 4 ଜଣ ଚନ୍ଦ୍ରଶେଖରପୁର ଥାନାରେ ଅଟକ। ଶନିବାର କମିଶରେଟ୍ ପୋଲିସର 3 ଟି ଟିମ ବିଭିନ୍ନ ବାର ରେ ଚଢ଼ାଉ କରିଥିଲା । ଚନ୍ଦ୍ରଶେଖରପୁର ର ଏମ୍ବାସି ବାର ବିଳମ୍ବିତ ରାତି ଯାଏ ଚାଲିଥିବା ଦେଖି ସିଲ୍ କରିଛି ପୋଲିସ । ଆଗକୁ କାର୍ଯ୍ୟାନୁଷ୍ଠାନ ପାଇଁ ବିଏମସି କୁ ଚିଠି ଲେଖାଯାଇଛି ।
BBI ବାର ସିଲ କରାଯିବା ସହ BBI ବାର ନାଁ ରେ ଚଦ୍ରଶେଖପୁର ଥାନାରେ ମାମଲା ଦେଲେ BMC JDC ଅଂଶୁମାନ ରଥ । କେବଳ BBI ନୁହଁ ଚଦ୍ରଶେଖପୁର ଥାନା ଅଧୀନରେ ଥିବା UPARE ବାର କୁ ସିଲ କରାଯିବ ସହ ଥାନାରେ ମାମଲା ମଧ୍ୟ ଦିଆଯାଇଛି ।
ବିଳମ୍ବିତ ରାତ୍ରିରେ ରେଡ଼ କରିବା ପାଇଁ ଯିବା ସମୟରେ BMC JDC ଅଂଶୁମାନ ରଥଙ୍କ ସହ ଆଉ କିଛି BMC କର୍ମଚାରୀ ଓ ପୋଲିସ କର୍ମଚାରୀଙ୍କୁ ଲିଫ୍ଟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ କରିଥିବା ଅଭିଯୋଗ ହୋଇଛି । ଏଥିପାଇଁ ମଧ୍ୟ ଦୁଇ ବାର୍ ନାଁରେ ଚଦ୍ରଶେଖପୁର ଥାନାରେ ମାମଲା ରୁଜ୍ଜୁ ହୋଇଛି ।
କୋଭିଡ ନିୟମ ଉଲଂଘନ କରି ନାଚ ଗୀତ କରି ମଦ୍ୟପାନ ରେ ମସଗୁଲ ଥିଲେ ନିଶାଡୀ । JDC ଙ୍କ ସୂଚନା ଅନୁସାରେ ଅନିର୍ଦିଷ୍ଟ କାଳ ପାଇଁ ଦୁଇ ବାର୍ କୁ ସିଲ୍ କରାଯାଇଛି ।



