Wednesday, July 22, 2026
Home ଆଞ୍ଚଳିକ ସିଦ୍ଧାର୍ଥ ଶୁକ୍ଳାଙ୍କ ସ୍ମୃତିରେ ଶହବାଜ ନିଜ ହାତରେ କଲେ ଟାଟୁ

ସିଦ୍ଧାର୍ଥ ଶୁକ୍ଳାଙ୍କ ସ୍ମୃତିରେ ଶହବାଜ ନିଜ ହାତରେ କଲେ ଟାଟୁ

15

ନୂଆଦିଲ୍ଲୀ,୧୯/୦୯/୨୧ (ଜିଲ୍ଲା ଖବର) : ଜଣାଶୁଣା ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ ପରେ ତାଙ୍କୁ ସବୁ ଦିନ ପାଇଁ ମନେ ରଖିବାକୁ କିଏ କେତେ କ’ଣ ଉପାୟ ଆପଣାଉଛନ୍ତି । ଠିକ୍ ସେମିତି ସିଦ୍ଧାର୍ଥଙ୍କ ଘନିଷ୍ଠ ବାନ୍ଧବୀ ଶେହନାଜ୍ ଗିଲଙ୍କ ଭାଇ ଶହବାଜ୍ ମଧ୍ୟ, ସିଦ୍ଧାର୍ଥଙ୍କର ନିକଟତର ଥିଲେ । ତେବେ ସିଦ୍ଧାର୍ଥଙ୍କ ଯିବାପରେ, ସିଦ୍ଧାର୍ଥଙ୍କ ସ୍ମୁତିରେ ନିଜ ହାତରେ ଟାଟୁ କରିଛନ୍ତି । ସେ ତାଙ୍କ  ହାତରେ ସିଦ୍ଧାର୍ଥଙ୍କ ଚେହେରାର ଟାଟୁ କରିଛନ୍ତି । କେବଳ ଏତିକି ନୁହେଁ, ଏହା ସହିତ ସେ ତଳକୁ ଭଉଣି ଶେହନାଜଙ୍କ ନାଁ ଲେଖିଛନ୍ତି ।

ଶହବାଜ ଏହାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି  । ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିବା ସହିତ, ପ୍ରଶଂସା ମଧ୍ୟ କରୁଛନ୍ତି । ଏହି ଭିଡିଓ ସେୟାର କରିବା ସହିତ ସେ ଲେଖିଛନ୍ତି ଯେ, ‘ମୋ ସିଂହ,ସବୁବେଳେ ତୁମେ ଆମ ସହିତ ଅଛ ଏବଂ ରହିବ । ତୁମ ଭଳି ହେବାକୁ ମୁଁ ଚେଷ୍ଟା କରିବି । ଏହା ମୋର ସ୍ବପ୍ନ । RIP ମୁଁ କହିବିନି କାହିଁକି ନାଁ, ତୁମେ ଦର୍ବଦା ଆମ ସହ ଅଛ । ଲଭ୍ ୟୁ ‘ ।