Friday, October 16, 2026
Home ଆଞ୍ଚଳିକ ବେଆଇନ ଭାବେ ନିଶା କାରବାର ଅଭିଯୋଗରେ 2 ଗିରଫ

ବେଆଇନ ଭାବେ ନିଶା କାରବାର ଅଭିଯୋଗରେ 2 ଗିରଫ

6

ପୁରୀ,୧୯/୦୯/୨୧ (ଜିଲ୍ଲା ଖବର) :  ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ ଜିଲ୍ଲା ଅବକାରୀ ବିଭାଗର ଚଢାଉ । ବେଆଇନ ଭାବେ ନିଶା କାରବାର ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ପଥରଗୁଞ୍ଜ ଗାଁର ବିକାଶ କୁମାର ବିଶ୍ବାଳ ।

 ତାଙ୍କ ନିକଟରୁ 12ଶହ ଲିଟରର ଦେଶୀ ରନ୍ଧା ମଦ ଜବତ କରାଯାଇଛି । ଅନ୍ୟ ଜଣେ ଗିରଫ ବ୍ୟକ୍ତି ଅଁଳାକୁଡ଼ା ଗାଁର ତପନ କୁମାର ଜେନା । ତାଙ୍କ ନିକଟରୁ ୬୦୦ ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଛି । ରେଡ୍ ସମୟରେ ଘଟଣାରେ ଆଉ ଜଣେ ଅଭିଯୁକ୍ତ ରତାମାଟି ଗାଁର ଟିଲୁ ପଲେଇ ହଜାରେ ଲିଟର ଦେଶୀ ରନ୍ଧା ମଦ ଛାଡି ଫେରାର ହୋଇଯାଇଥିବା ସୂଚନା ରହିଛି ।