
ଗଞ୍ଜାମ, ୧୯/୦୯/୨୧ (ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା କୋଦଳା ସହର ଡାକବଙ୍ଗଳା ନିକଟ ଖାଦାଳ ସାହିରେ ଗୋଷ୍ଠୀ ସଂଘର୍ଷ l ଜଣେ ମୃତ ଜଣେ ଗୁରତର l ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ବିଚ୍ ରାସ୍ତାରେ ନିର୍ମମ ହତ୍ୟା l ମୃତକ ହେଲେ 42 ବର୍ଷୀୟ କାଳୁ ଦାଶ l
କାଳୁ ଆଜି ସକାଳୁ କୌଣସି କାରଣରୁ ସହିନିକଟ ଛକକୁ ନିଜ ବାଇକ ଯୋଗେ ଯାଉଥିବା ସମୟରେ ପୂର୍ବରୁ ସେଠାରେ ଅପେକ୍ଷା କାରି ରହିଥିବା କିଛି ଯୁବକ ତାଙ୍କ ଉପରକୁ ଖଣ୍ଡା ଓ ଲୁହା ରଡ଼ ସାହାଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ l ଘଟଣା ସ୍ଥଳରେ ହିଁ କାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ଉତ୍ୟକ୍ତ ଲୋକମାନେ ଚାରୋଟି ଘରେ ନିଆଲଗାଇଥିବା ମଧ୍ୟ ଦେଖିବାକୁ ମିଳିଛି l ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l
ଆହତ ଜଣଙ୍କ ହେଲେ ସାଗର ଦାସ l ଘଟଣାସ୍ଥଳରେ କୋଦଳା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି ।



