Sunday, October 11, 2026
Home ଅପରାଧ 175 ବୋତଲ ଦେଶୀ ମଦ ଜବତ, ଜଣେ ଗିରଫ

175 ବୋତଲ ଦେଶୀ ମଦ ଜବତ, ଜଣେ ଗିରଫ

9

ଖୋର୍ଦ୍ଧା, ୧୯/୦୯/୨୧ (ଜିଲ୍ଲା ଖବର) :  ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ଥାନା ଅଧିନସ୍ଥ ଜରିପଡା ଅଞ୍ଚଳରୁ 175 ବୋତଲ ଦେଶୀ ମଦ ଜବତ ହୋଇଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ଟାଙ୍ଗି ଥାନା ପୋଲିସ ।

ଟାଙ୍ଗି ଥାନା ଇଲାକାର ଜରିପଡା ଗାଁ ରୁ ଏହି ସବୁ ଦେଶୀ ଚୋରାମଦ  ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୩୫ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡିଛି  ।

 ଏତେ ପରିମାଣର ଏହି ଚୋରା ବିଦେଶୀ ମଦ ଏଠାକୁ କିପରି ଆସିଲା , କିଏ ସେହି ମଦ ମାଫିଆ  ? ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଗାଁ-ଗହଳିରେ ଚୋରାମଦ ମାଫିଆଙ୍କ ପାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏନେଇ ଟାଙ୍ଗି ପୋଲିସ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ବୋଲି ଟାଙ୍ଗି ଥାନା ଅଧିକାରୀ ସୂଚନା ଦେଇଛନ୍ତି  ।